ମିଛ
ମିଛ
ମିଛ ଏ ସମ୍ପର୍କ
ମିଛ ପୁଣି ଭାବ ପୀରତି
ମିଛରେ - ମିଛରେ ମଣିଷ ବଞ୍ଚିଛି
ମିଛ କୁ କରି ଆଇତି l
ମିଛ ଏଠି ମୋହ - ମିଛ ବି ଆଖିର ଲୁହ
ଓଠରେ ବି ମିଛ ହସ
ମିଛ ପୁଣି ବିଶ୍ୱାସ,
ମିଛ ମାୟା ସଂସାର
ମିଛରୁ ଆରମ୍ଭ - ମିଛରେ ଯାଉଛି ସରି l
ମିଛ ଏ ଜୀବନ - ମିଛ ଯୌବନ
ମିଛ ପାଇଁ - ମିଛରେ - ମିଛକୁ
ମିଛ ନିଜେ କରେ ଉଦ୍ଭାବନ l
ମିଛ ଏ ଭାବନା, ମିଛ ସାନ୍ତ୍ୱନା
ମିଛ ସବୁ ଜାଣିଛୁ ତୁ ରେ ବାବୁ..
ମିଛ ଅହଂକାରେ
ମିଛରେ ବଞ୍ଚିଛୁ - ମିଛ ପାଇଁ ତୁ
ମିଛ କୁ କେବେ ଚିହ୍ନିବୁ....?
