ମଧୁର ବଚନ
ମଧୁର ବଚନ
ଶୁଣ ଶୁଣ ମୋର ଭାଇ ଭଉଣୀ ।
ସଭିଙ୍କୁ କହିବା ମଧୁର ବାଣୀ ।୧।
ମଧୁର ବଚନେ ମୋହିବା ମନ ।
ସଭିଙ୍କର ହେବା ପ୍ରିୟ ଭାଜନ ।୨।
ମଧୁର ବଚନ ଅମୃତ ସମ ।
ଶୁଷ୍କ ତରୁ ଡାଳେ ପତ୍ର ଶୋଭନ ।୩।
ମଧୁର ବଚନ ତୁଣ୍ଡରେ ଥିଲେ ।
ପରବି ଆପଣା ହୁଅଇ ଭଲେ ।୪।
କ୍ଷଣିକ ମାତର ଆମ ଜୀବନ ।
ଆଜି ମଲେ କାଲି ହୁଏ ଦ୍ଵିଦିନ ।୫।
ଯେତେ ଦିନ ଯାଏ ଥିବା ମହୀରେ ।
କଷ୍ଟ ଦେବା ନାହିଁ କାହା ମନରେ ।୬।
ଧନ ଠାରୁ ବଡ଼ ମିଠା ବଚନ ।
ବିନା ଅର୍ଥେ କ୍ରୟ ଅନ୍ୟର ମନ ।୭
ମଧୁର ବଚନେ ସରେନା ଧନ ।
ବଚନରେ କାହିଁ ହେବା କୃପଣ ।୮।
କହିବା ସଭିଙ୍କୁ ମଧୁର ବାଣୀ ।
ବାଣୀରେ ସଭିଙ୍କୁ ପରିବା ଜିଣି ।୯।
ମଧୁର ବଚନ ଉତ୍ତମ ଗୁଣ ।
ସମସ୍ତଙ୍କ ଠାରୁ ମିଳେ କଲ୍ୟାଣ ।୧୦।
ରହିଲା ସଭିଙ୍କୁ ମୋର ମିନତି ।
ମଧୁର ବଚନ କହିବା ନିତି ।୧୧।
