STORYMIRROR

kshirod Kumar dash

Others

4  

kshirod Kumar dash

Others

ମାଆ ଓ ମମତା

ମାଆ ଓ ମମତା

1 min
293

ପୁଅରେ ପୁଅ ମୋ ଗେହ୍ଲା ପୁଅ

ଯେଉଁଠି ଅଛୁ ଖୁସିରେ ରହ

ଦୁଃଖେ ଥାଇ ତୋ ମା କହୁଛି

ତୋ ଖୁସି ଶୁଣିବା ପାଇଁ ରହିଛି

ତଥାପି ତୋ ମା'ଖୁସି

ପୁଅ ମୋର ଶିକ୍ଷିତ ହୋଇଛି ।


ଲୁଚି ଲୁଚି ମୁଁ ଘର କୋଣରେ

ଦାଣ୍ଡ ଓ ବାଡ଼ି ପିଣ୍ଡା ଦୁଆରେ

ଗୁମୁରି ଆଜି ତୋ ମା' କାନ୍ଦୁଛି

କାନ୍ଦି କାନ୍ଦି ଶେଷେ ମୁଁ ହସୁଛି

ତଥାପି ତୋ ମା'ଖୁସି

ପୁଅ ମୋର ଶିକ୍ଷିତ ହୋଇଛି  ।


ଦଶମାସ କାଳ ଗର୍ଭରେ ଧରି

କେତେ ଦୁଃଖ କଷ୍ଟ ସହ୍ୟ କରି

ତୋତେରେ ମୁଁ ଜନମ ଦେଇଛି

ସେଇ ଦୁଃଖ କଷ୍ଟ ମୁଁ ସହୁଛି

ତଥାପି ତୋ ମା'ଖୁସି

ପୁଆ ମୋ'ର ଶିକ୍ଷିତ ହୋଇଛି ।


କରି କେତେ ବ୍ରତ ଉପବାସ

ସହି କେତେ ଭୋକ ଓପାସ

ଛୋଟରୁ ତୋତେ ବଡ କରିଛି

ଏବେ ତୋ ମା ଓପାସେ ରହୁଛି

ତଥାପି ତୋ ମା ଖୁସି 

ପୁଆ ମୋ'ର ଶିକ୍ଷିତ ହୋଇଛି  ।


ତୋ ବାପା,ବୋଉ ମୁଁ ସଦା ହୋଇ

ପର ଘରେ ମୁଁ କରିକି ପାହି

ଖୁସିରେ ତୋତେ ସଦା ରଖିଛି

ଆଜି ତୋର ମା ମାଗି ଖାଉଛି

ତଥାପି ତୋ ମା ଖୁସି

ପୁଅ ମୋ'ର ଶିକ୍ଷିତ ହୋଇଛି ।


ପେଟରେ ଓଦାକାନା ମୁଁ ଦେଇ

ତୋତେ ଖୁଆଏ ପେଟ ପୁରେଇ

ଭାବିଛୁରେ ମା କିପରି ଅଛି

ଆଜି ସେ କଣ ଖାଇ ବଞ୍ଚୁଛି

ତଥାପି ତୋ ମା ଖୁସି

ପୁଅ ମୋ'ର ଶିକ୍ଷିତ ହୋଇଛି  ।


ଦେଖିଲେ ଲୁହ ଆଖିରେ ତୋର

ପଣତେ ପୋଛେ ସେ ଲୁହ ଧାର

ଆଜି ଲୁହରେ ଆଖି ଭିଜୁଛି

ଚିରା ଲୁଗାରେ ଲୁହ ପୋଛୁଛି

ତଥାପି ତୋ ମା ଖୁସି

ପୁଅ ମୋ'ର ଶିକ୍ଷିତ ହୋଇଛି   ।


ପିନ୍ଧାଲୁଗାକୁ ତୋ ପାଇଁ ପାରି

ଶୁଆଇ ଦିଏ କୋଳରେ ଧରି

ଫୁଙ୍ଗୁଳା ଦେହେ ରାତି ବିତିଛି

ଆଜି ତୋ ମା ଚିରା ପିନ୍ଧୁଛି

ତଥାପି ତୋ ମା ଖୁସି

ପୁଅ ମୋ'ର ଶିକ୍ଷିତ ହୋଇଛି  ।


ପାଠ ପଢେଇ ହାକିମ କଲି 

ଘରଦ୍ୱାର ତୁ ଗଲୁରେ ଭୁଲି

ବୁଝିଛୁ ଘର କିପରି ଅଛି

ଅଛା ଘରେ ତୋ ମା ରହୁଛି 

ତଥାପି ତୋ ମା ଖୁସି

ପୁଅ ମୋ'ର ଶିକ୍ଷିତ ହୋଇଛି   ।


ଶିକ୍ଷିତା ଝିଅ ବାହାତୁ ହେଲୁ

କେଇଟା ଦିନେ ପାଖକୁ ନେଲୁ

କି ଦୋଷ ମୋ'ର ବସି ଭାବୁଛି

ଭାଗ୍ୟ ଆଦରି ପଡି ରହିଛି

ତଥାପି ତୋ ମା ଖୁସି

ପୁଅ ମୋର ଶିକ୍ଷିତ ହୋଇଛି  ।


ହୋଇପାରୁ ତୁ ବଡ ନିର୍ଦୟ

ଅତି କୋମଳ ମାଆ ହୃଦୟ

ଭଲରେ ରହ କଲ୍ୟାଣ କରୁଛି

ମୋର କର୍ମ ଫଳ ମୁଁ ଭୋଗୁଛି

ତଥାପି ତୋ ମା ଖୁସି

ପୁଅ ମୋ'ର ଶିକ୍ଷିତ ହୋଇଛି   ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍