ମାଂସର କୋଣାର୍କ
ମାଂସର କୋଣାର୍କ
ଇନ୍ଦ୍ରଭବନରେ ପରୀ ମାନେ ସବୁ
ସ୍ବର୍ଗରେ ନନ୍ଦନ ବନର,
ପାରିଜାତ ଫୁଲ ପରି
ତୁମେ ଏ ମନ ଉପବନର,
ଅକ୍ଷତ ଯୌବନ କୁମାରୀ ।।
ସମୁଦ୍ରର ଅମାନିଆ ଢେଉ ସମାନ
ପୂର୍ଣ୍ଣିମା ରାଜନୀରେ,
ମନ ହୁଏ ତମ ଚଳ ଚଞ୍ଚଳ
ଓଠ ନଖୋଲି ମଧ୍ୟ କୁହଇ,
ତୁମ ଦୁଇ ନୟନ କଜଳ ।।
ମନ୍ଦିରର ଭଗ୍ନ ପ୍ରସସ୍ଥ ଶିଳା ପରି
ଦେହେ ତମ ସିନା,
ନାନା କାରୁକାର୍ଯ୍ୟ ଭରା
ତୁମେ ସତେ ନୁହେଁ କି?
ମାଂସର କୋଣାର୍କ ପରା ।।

