ବର୍ଷା ତୁମେ
ବର୍ଷା ତୁମେ
1 min
296
ବର୍ଷା ଆସିଥିଲ ତୁମେ,
ନେଇ ବିଜୁଳି ତା ସଙ୍ଗେ ଘଡ଼ଘଡ଼ି
ହୃଦୟ ଆକାଶରେ,
ମନର ଧରାକୁ...।।୧।।
କୋଳେଇ ନେଲ ତୁମେ,
ଘନ କଳା ବାଦଲରେ ମେଘ ହୋଇ
ସେଇ ପୁରୁଣା ପଣତରେ,
ଜହ୍ନର ଜୋସ୍ନାକୁ...।।୨।।
ବରସି ଗଲ ତୁମେ,
ସରୁ ଧାର ଟୋପା ଟୋପା ହୋଇ
ଭିଜାଇଲ କି! ମୋର,
ଆପାଦ ମସ୍ତକକୁ...।।୩।।
ସେଇ ୠତୁ ତୁମେ,
ପ୍ରୀତିର ପରସ ଜାଣି ମୁଁ ପାରେନା
କାହିଁକି ସମୟ ଲାଗେ,
ତୁମକୁ ବୁଝିବାକୁ...।।୪।।
