STORYMIRROR

ଶିବାତ୍ମକ ପଣ୍ଡା

Inspirational

3  

ଶିବାତ୍ମକ ପଣ୍ଡା

Inspirational

ମାଁ

ମାଁ

1 min
275


ଗୁଞ୍ଜରିତ ହୁଏ ପ୍ରତିଟି ଶବଦ

             ମା ର କୋମଳ ନାମ

ସ୍ନେହ ଡୋରି ତାର ଟାଣି ନିଏ ମୋତେ

                   ହସିଦେଇ ଅବିରାମ

ହସମୁଖେ ତାର କେତେ ଯେ କୁହୁକ

                    କଥା ତାର ଯେ ମହତ

ସଜାଡି ଦିଏ ସେ ଅସଜଡ଼ା ବାଟୁ

                  ହେବାପାଇଁ ମନୋନୀତ।।୨।।

ଗାଳି ତାର ଲାଗେ ଅମୃତ ର ବାଣୀ

                  ସୁନ୍ଦର ତା ଗୌର ରୂପ,

ସ୍ନେହର ବନ୍ଧନେ ବାନ୍ଧି ଦେଇ ମୋତେ

                   କୁହେ ବିଜୟର ଗପ।।୩।।

ବଡି ଧର୍ଯ୍ୟ ଧାରୀ ଅଟେ ମୋର ମାଆ

                       ଲଷ୍ମୀ ସ୍ୱରୂପି ପ୍ରତିମା,

ସାହାସୀ ହୋଇ ମାଡିଯାଏ ଚାଲି

                       ଧନ୍ୟ ତାର ମହିମା।।୪।।

କଚଡା ରାସ୍ତାରେ ଚାଲିଗଲେ ସିଏ

                     କଣ୍ଟା ହୁଏ ବାଟବଣା,

ଦୁଃଖରେ ବସିଲେ ବୁଝାଇ ଦିଏ ସେ

                ଦେଇ ଭବିଷ୍ୟ ପ୍ରେରଣା ।।୫।।

ମାଆ ଠୁ ଜନମି ଧନ୍ୟ ମୋର ଜୀବ

                     ଧନ୍ୟ ପ୍ରଭୁ ରୂପକାର,

ପାଦ ପୟେ ତାର ମଥା ଟି ଲଗାଇ

                 କରେ ମୁଁ ଯେ ନମସ୍କାର।।୬।।

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଶିବାତ୍ମକ ପଣ୍ଡା

ମାଁ

ମାଁ

1 min ପଢ଼ନ୍ତୁ

ଧୋକା

ଧୋକା

1 min ପଢ଼ନ୍ତୁ

Similar oriya poem from Inspirational