ମାଁ
ମାଁ
ଗୁଞ୍ଜରିତ ହୁଏ ପ୍ରତିଟି ଶବଦ
ମା ର କୋମଳ ନାମ
ସ୍ନେହ ଡୋରି ତାର ଟାଣି ନିଏ ମୋତେ
ହସିଦେଇ ଅବିରାମ
ହସମୁଖେ ତାର କେତେ ଯେ କୁହୁକ
କଥା ତାର ଯେ ମହତ
ସଜାଡି ଦିଏ ସେ ଅସଜଡ଼ା ବାଟୁ
ହେବାପାଇଁ ମନୋନୀତ।।୨।।
ଗାଳି ତାର ଲାଗେ ଅମୃତ ର ବାଣୀ
ସୁନ୍ଦର ତା ଗୌର ରୂପ,
ସ୍ନେହର ବନ୍ଧନେ ବାନ୍ଧି ଦେଇ ମୋତେ
କୁହେ ବିଜୟର ଗପ।।୩।।
ବଡି ଧର୍ଯ୍ୟ ଧାରୀ ଅଟେ ମୋର ମାଆ
ଲଷ୍ମୀ ସ୍ୱରୂପି ପ୍ରତିମା,
ସାହାସୀ ହୋଇ ମାଡିଯାଏ ଚାଲି
ଧନ୍ୟ ତାର ମହିମା।।୪।।
କଚଡା ରାସ୍ତାରେ ଚାଲିଗଲେ ସିଏ
କଣ୍ଟା ହୁଏ ବାଟବଣା,
ଦୁଃଖରେ ବସିଲେ ବୁଝାଇ ଦିଏ ସେ
ଦେଇ ଭବିଷ୍ୟ ପ୍ରେରଣା ।।୫।।
ମାଆ ଠୁ ଜନମି ଧନ୍ୟ ମୋର ଜୀବ
ଧନ୍ୟ ପ୍ରଭୁ ରୂପକାର,
ପାଦ ପୟେ ତାର ମଥା ଟି ଲଗାଇ
କରେ ମୁଁ ଯେ ନମସ୍କାର।।୬।।
