STORYMIRROR

ଶିବାତ୍ମକ ପଣ୍ଡା

Abstract Romance

3  

ଶିବାତ୍ମକ ପଣ୍ଡା

Abstract Romance

ଧୋକା

ଧୋକା

1 min
272

ପ୍ରେମ୍ ନୌକା ନେ ପାଦ୍ ଥାପିଥିଲି

                ଅନ୍ଧ୍ ନାଉରୀ ଗୁଟେ ହେଇ,

ଅଧା ବାଟେ ଆଇଲା ଏନ୍ତା ଝଡ଼ ଗୁଟେ

                ଗଲା ମୋତେ ବୁଡ଼େଇ ଦେଇ ।1 ।

ଜାନି ନାଇଥିଲି ଭଲପାଇବାର ଟା

            ଶିଖାଲୁ ମତେ ଲୋ କାହିଁ,

ଜୀବନ ଯାକ ମୁଇଁ ତଡ଼ପି ବୁଲୁଚେଂ

            ବାଟ କେ ତୋର ଲୋ ଚାହିଁ ।2 ।

ଭାଇ କହିଥିଲା ଟୁକେଲ୍ ଗୁଟେ ତତେ

                        ଭଲ୍ ପାଉଛେ ବଲି,

ଉସତ୍ ହେଇଥିଲି କଥା ସୁନି ତାର

                     ପ୍ରେମ ର ବାଟେ ଚାଲି ।3 ।

ପାସ୍ ହେଇଗଲି ମେଟ୍ରିକ୍ ପରୀକ୍ଷା ନେ

            ଆସଲା ଅନ୍ତିମ୍ ସମୀଆ,

କହି ନାଇ ପାରଲା ବହେନ ଗୁଟେ ମୋର

               ରହିଗଲି ପ୍ରେମ୍ ରସିଆ ।4 ।

ଇସ୍କୁଲ୍ ଛାଡି କରି କଲେଜ ଆଇଥିଲି

                 ପାଠ ପଢ଼ବାର ଲାଗି,

ଟୁକେଲ ଗୁଟେ ମତେ ରସିଆ କରିଦେଲା

            ତାର ଲାଗି ହାତ ମାଗି ।5 ।

କହୁଥିଲା ମତେ ଭଲପାଇସି ସେ

            ଜୀବନ୍ ଠାନୁ ଗଲା ବେସି,

ତାର ମାଗିଥିବା ମନ୍ନତ୍ ର ଧାଗା

            ହେଇଗଲା ବେକର ଫାଶୀ ।6 ।

ଭଲ ପାଉଥିଲି ତାକେ ଗଲା ମୁଇଁ

           ମନ୍ ତନ୍ ଦେଇ କରି,

ପ୍ରେମ୍ ବନ୍ଧନ୍ ନେ ବିଷ୍ ଦେଇଦେଲା

          ଆତ୍ମା କେ ମୋର ମାରି କରି ।7 ।

ଦୁଃଖ୍ ଫୁଟା ବାଟେ ଚାଲସିଂ ମୁଇଁ ଏକା

                ଧୋକା ର ଦୁଖ୍ କେ ସହି,

ଲୁହୁ ନେ ଭରା ଆଖିନେ ମୋର ଯେ

                   ରକ୍ତର ସାଗର ବହି, ।8 ।

ଅପ୍ରିୟ ହେବାକେ ରୁଚି ଶବଦ୍ ଟା

            ହେଉଅଛେ ବେସାହାରା,

ମୁହୁଁ ମୁଡୁଛେ ଦେଖି ମତେ ଦୁରୁ

            କହି ମତେ ପ୍ରେମ ହରା ।9 ।

ଭଲପାଇକରି ସିନା ଛାଡ଼ି ଦେଲା ମତେ

                    ଧୋକା ଦେଇ କରି ସିଏ,

ଆରକାର ସିଏ ହେବାର ଆଗ ନୁ ମୋର

                ଲାଗି ଯାଉ ମୁହେଁ ଜୁଏ ।10।

ପଲଉଚେଂ ଆଜି ତାର ଜୀବନୁ ମୁଇଁ

                    ସବୁ ଦିନ୍ ଲାଗି ସୁଇ,

ସୁଖେ ବିତୁ ତାର ବଲକା ଦିନ୍ ମାନେ

                    ବିଦାୟ ନେଉଚେଂ ମୁଇଁ ।11।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଶିବାତ୍ମକ ପଣ୍ଡା

ମାଁ

ମାଁ

1 min ପଢ଼ନ୍ତୁ

ଧୋକା

ଧୋକା

1 min ପଢ଼ନ୍ତୁ

Similar oriya poem from Abstract