STORYMIRROR

P Anurag Puri

Abstract

3  

P Anurag Puri

Abstract

ମାଆ

ମାଆ

1 min
364


ମା' ଆଶିଷରେ କେତେ ଶକ୍ତି ଥାଏ

ଦୁନିଆର ଯେତେ ସବୁ ଅଭିଳାଷ

ଅକ୍ଳେଶରେ ପୂର୍ଣ୍ଣ ହୋଇଯାଏ, 

ତୋ କୋମଳ ପଦ ସରଗ ସମ୍ପଦ 

ତିନି ଭୂବନର ସରବ ସୁଖଯେ

ସତେ ଅବା ମିଳିଯାଏ


ତୋ'ର ମମତାର ରଙ୍ଗ ସମ୍ପର୍କର ତୁଳି 

ଜୀବନ ରଙ୍ଗରେ ରଙ୍ଗିଛି,

କଲ୍ୟାଣମୟୀ ମମତାମୟୀ ସେ

ତୋ'ର ରୂପ ନୟନ ପଲକେ ବସିଛି,

ତାର ଆଶିଷରେ ସାରା ସଂସାର

ଇନ୍ଦ୍ରଧନୂର ସାତୋଟି ରଙ୍ଗରେ ରଙ୍ଗିଛି


ତୋ'ର ସ୍ମିତ ହସରେ ମିଳିଭଇ ସାହସ 

ତୋ'ର ପଦିଏ କଥାରେ ମିଳିଯାଏ ପଥ

ସେ ସାଥିରେ ଥିଲେ, ଦୁଃଖ ସରିଯାଏ 

ନିରାଶାର ଘନ ଅନ୍ଧାର ସତେ ପଛଘୁଞ୍ଚା ଦିଏ


ତୁ ସ୍ୱର୍ଗର ଦେବୀ ଶାନ୍ତ ମୂରତୀ

ତୋ'ର ପାଦ ତଳେ ମିଳଇ ଶାନ୍ତି,

ସୁହାସିନୀ ସେ କୋମଳ ଭାଷିନୀ

ବରଦ ହସ୍ତା, କାନ୍ଧରେ ତାର ସମ୍ପର୍କର ଭାର, 

ସନ୍ତାନ ପାଇଁ ସେ ଦୁଃଖ ନାଶିନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from P Anurag Puri

ମାଆ

ମାଆ

1 min ପଢ଼ନ୍ତୁ

Similar oriya poem from Abstract