ମାଆ ର ମମତା
ମାଆ ର ମମତା


ମାଆ ତୁ ମମତାର ଝର
ନାହିଁ ଯେ ତୁଳନା ତୋହର
ତୁ ଥାଉ ଥାଉ ମୋର କାହାକୁ ଯେ ଡର ।।।
ସବୁବେଳେ ପାଖେ ଥାଉ
ସାଥି ଟିଏ ହୋଇ ।
ମନ କଥା ବୁୁଝିନେଉ
ନ କହିିିଲେ ମୁହିଁ ।
ରାତି ରାତି ଚେଇଁ ଥାଉ
ମୋ ପାାଇଁ ଯେ ତୁହି ।
ତୋ ଦୁଃଖ ଭୁଲି ଯାଉ
ମୋ ସୁୁଖ କୁୁ ଚାହିଁ ।
ମା ତୁ ଅମୃତର ଧାରା
ପୃଥିବୀ ବସୁଧା ତୁ ଧରା
ତୋ ଠାରେ ମୁଁ ଦେଖେ ମୋ ଦୁନିଆ ପରା ।।।
ଭୁଲ୍ କଲେ ଦଣ୍ଡ ଦେଉ
ମନେ ସ୍ନେହ ରଖି ।
ଲୁଚି ଲୁଚି କାନ୍ଦୁ ଥାଉ
ମୋ ଜଖମ ଦେଖି ।
ମୋ ହସରେ ହସୁଥାଉ
ଦୁୁଃଖ ସବୁ ରଖି ।
ତୁ ସପନ ଦେଖୁଥାଉ
ମୋ ଆଖି ଦେଖି ।
ମା ତୋ ପଣତ କାନି
ଲେଖି ଯାଏ ମୋର ଜୀବନୀ
ତୋ ଛଡା ମୋ ଜୀବନ କିିଛି ମୂଲ୍ୟ ନାହିଁ ।।।।