STORYMIRROR

Priyanka priyadarshini

Others

4  

Priyanka priyadarshini

Others

ମୋ ଗାଁ ଡାକୁଛି

ମୋ ଗାଁ ଡାକୁଛି

1 min
577

ମୋ ଗାଁ କଥା ଆଜି ଭାରି ମନେ ପଡୁଛି

ଲାଗୁଛି ଯେମିତି ମୋତେ ମୋ ଗାଁ ଡାକୁଛି ।।


ମନେ ପଡୁଛି ଆଜି ପିଲାଦିନ ଖେଳ

ପୁଣି ମନେ ପଡ଼ୁଅଛି ଗାଁ ତୋଟା ମାଳ ।।

ବୁଲୁଥିଲିି ଲୁଚି ଲୁଚି ସାଙ୍ଗ ସାଥି ମେଳେ

ଖାଉଥିଲି ବର କୋଳି ପୁଣି ଖରାବେଳେ ।।

ସେ ସବୁ କଥା ମୋ ଆଖିରେ ନାଚି ଯାଉଛି

ଲାଗୁଛି ଯେମିତି ମୋତେ ମୋ ଗାଁ ଡାକୁଛି ।।।



ଅତି ମନରମାେ ମୋ ଗାଁ ପଦୁଅଁ ପୋଖରୀ

ଅତି ଶୀତଳ ଲାଗଇ ପୁଣି ତାର ବାରି ।।

ମୋ ଗାଁ ମନ୍ଦିରର ପୁଣି ଶୁଣି ଶଙ୍ଖ ଧ୍ୱନି

ରବି ଆସିଯାଏ ପୁଣି ତା କିରଣ ଘେନି ।।

ମୋ ଗାଁ ର ସେ ଦୃଶ୍ୟ ଆଜି ମନେ ପଡୁଛି

ଲାଗୁଛି ଯେମିତି ମୋତେ ମୋ ଗାଁ ଡାକୁଛି ।।।



ଭାରି ମନେ ପଡେ ଆଜି ମୋ ଗାଁ ବିଦ୍ୟାଳୟ

ବାପା କହୁଥିଲେ ସେ ମୋ ଅଟେ ଦେବାଳୟ ।।

ଗୁରୁଜୀ ଗୁରୁମା ମୋର ଥିଲେ ପ୍ରିୟ ସାଥୀ

ମନେ ପଡୁଛି ଆଜି ତାଙ୍କର ସବୁ ଉକ୍ତି ।।

ତାଙ୍କ ଉକ୍ତି ନେଇ ମୁଁ ମୋ ଜୀବନ ଗଢିଛି

ଲାଗୁଛି ଯେମିତି ମୋତେ ମୋ ଗାଁ ଡାକୁଛି ।।।



ସବୁଠାରୁ ସୁନ୍ଦର ଅଟେ ମୋ ଗାଁ

ଯାହା ପାଣି ପବନେ ଲେଖା ମୋ ନାଁ ।।

ଭୁଲି ନାହିଁ ଭୁଲିବିନି କେବେ ମୁଁ ଯେ ତାକୁ

ନାଁ ରଖିବି ତା'ର ଦେଇ ମାେ ଜୀବନକୁ ।।

ମୋ ଆଖି ଆଗେ ଆଜି ତା' ଛବି ଯେ ଭାସୁଛି

ଲାଗୁଛି ଯେମିତି ମୋତେ ମୋ ଗାଁ ଡାକୁଛି ।।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍