STORYMIRROR

Puspalata Pattanaik

Inspirational

4  

Puspalata Pattanaik

Inspirational

ମାଆ ପାଇଁ ପଦେ

ମାଆ ପାଇଁ ପଦେ

1 min
305

  ପୃଥିବୀ ଆଲୋକ ଯିଏ ଦେଖାଇଲା

    ସିଏ ପରା ମୋର ମାଆ,

  ହାତ ଧରି ମୋତେ ଶିଖାଇଲା ଚାଲି,

   ସଦେଖାଇଲା ନୂଆ ରାହା।


   ବକ୍ଷରୁ ଅଜାଡି ଦେଲା ଯେ ଅମୃତ,

    ଜୀବନ ଜୀଇଁବା ପାଇଁ,

  ବାଲ୍ୟକାଳୁ ମୋତେ କଲା ସଂସ୍କାରିତ,

    ପ୍ରଥମ ଶିକ୍ଷକ ହୋଇ। 


  ତା କୋଳ ଦୋଳିରେ ଝୁଲାଇ ଗାଏ ସେ,

    ମୋ ଧନ ଜଗତଜିତା,

  ଆଜି ସେହି ସୃତି ସବୁ ଗୁଞ୍ଜରଇ,

     ମନେ ପଡିଲେ ତା କଥା।


  ଝୁଣ୍ଟି ପଡିଲେ ମୁଁ ଆହା ବୋଲି ଶବ୍ଦ,

     ପାଟିରୁ ବାହାରେ ତାର ,

  ଧୂଳିଧୂସର ମୋ ଦେହ ଝାଡିଦିଏ,

     ପଣତରେ ବାରବାର। 


   ଜୀବନ ଯନ୍ତ୍ରଣା ସବୁ ସହିଯାଏ, 

    ମୋହରି ମଙ୍ଗଳ ପାଇଁ,

  ମମତାମୟୀ ସେ ସ୍ୱଚ୍ଛ ନିର୍ଝରିଣୀ,

    ଅନୁଶୋଚନା ତା ନାହିଁ ।


  ହେ ପରମପିତା ଜଗତ ନିର୍ମାତା,

   ଧନ୍ୟ ଏ ସୃଷ୍ଟି ତୁମ୍ଭର,

  ମାଆ ନାମେ ଯେଉଁ ଅମୃତ ବୋଳିଛ,

    ଅଛି କି ତା ପଟ୍ଟାନ୍ତର।


 ଧନ୍ୟ ସେହି ମାଆ ଯା କୋଳେ ଜନମି,

    ସୃଷ୍ଟି ହୁଏ ଆତଯାତ,

 ଯୋଡ ହସ୍ତ କରି ତା ପାଦ ପଦ୍ମରେ,

    କରୁଛି ମୁଁ ପ୍ରଣିପାତ ।



Rate this content
Log in

More oriya poem from Puspalata Pattanaik

Similar oriya poem from Inspirational