Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok Kumar Mohapatra

Inspirational

3  

Ashok Kumar Mohapatra

Inspirational

ମାଆ ପାଇଁ ଦୁଇଟି ଅର୍ଘ୍ୟ

ମାଆ ପାଇଁ ଦୁଇଟି ଅର୍ଘ୍ୟ

1 min
6.8K


ମାଆ ଗୋ! ! ତୋ ପଣତରେ

ମୁଁ ତ ଆଉ ପୋଛୁ ନାହିଁ ହାତ,

ଏ ବିଦ୍ରୋହ କାହା ପାଇଁ ତେବେ ?

ମୁଁ ଯାହା କରିଛି ଦୋଷ

ସବୁ କ'ଣ ଗଙ୍ଗା ଜଳେ ଯିବନାହିଁ ଭାସି ?

ମାଆ ଗୋ, ତୁ' ଜାଣିନୁ

ମନ୍ଦିରରେ ମୁଣ୍ଡିଆ ମାରି

ପ୍ରସାଦ ସେବନ ପରେ

ମୋ'ମୁଣ୍ଡରେ ତୁ' ବୁଲାଉ ହାତ,

ଜନ୍ମ-ଜନ୍ମାନ୍ତରର ଶୁଭ ମନାସୁଥାଉ !

ମୁଁ ହଜିଯାଏ ତୋହରି ରକ୍ତରେ

ମୁଁ ଦେଖେ ରକ୍ତରେ ଫୁଟେ

ମମତାର ଫୁଲ !

ମାଆ ମୋତେ କ୍ଷମା ଦେ'

ମହେଞ୍ଜୋଦାରୋରେ ଯାହା ମିଳିନାହିଁ

ତାହା ମିଳେ ତୋହରି ସ୍ନେହରେ !

ମାଆ ଗୋ,ତୁ' ସବୁଠୁ ପ୍ରାଚୀନତମା

ମୋ ଖନନେ |


Rate this content
Log in

Similar oriya poem from Inspirational