STORYMIRROR

Ashok Kumar Mohapatra

Classics

2  

Ashok Kumar Mohapatra

Classics

ଦୁଃଖ ସମୟ

ଦୁଃଖ ସମୟ

1 min
14.1K


ସବୁ ଦୁଃଖ ସମୟରେ ତୁ' ମନେପଡୁ

ସ୍ବପ୍ନହୀନ ନିଦ୍ରାସହ ବୁଝାମଣା କରି

ଆଲୋକର ପ୍ରତୀକ୍ଷାରେ

ବିତିଯାଏ ରାତ୍ରୀର ଅନ୍ଧାର

ପ୍ରତିଦିନ ପାହାନ୍ତାରୁ ଚା'-କଫି-କଲେଜ୍

ଯନ୍ତ୍ରବତ୍ ଘୂର୍ଣ୍ଣନରେ ଦିନ ବଢେ

ଦେହରୁ ବୟସ ସରେ

ନିଦ୍ରାରୁ ସପନ ତୁଟେ

ତୁ' ମନେପଡୁ ସବୁ ଦୁଃଖସମୟରେ !

ଆଶାହୀନ ଯୋଜନାର ବିଫଳ ବ୍ୟସ୍ତତା

ରକ୍ତର ଝରଣା ଶୁଖେ,ଆଶାର ନିର୍ଝର ଥକେ

ଘନିଷ୍ଠ ଅନ୍ଧାର ସହ ନିବିଡ ସାଲିସ୍ କରି

ଯନ୍ତ୍ରଣା ଠୁ ମୁକ୍ତି ନାହିଁ,ଆଶାର ସମାପ୍ତି ନାହିଁ

ସହିବାକୁ ହୁଏ ସବୁ ନିଭୃତ ଦରଜ

ଭୁଲିବାକୁ ହୁଏ ସବୁ ପିଲାଦିନ କଥା !

ମାଆ ଗୋ,

ତୋ' ନିରାପଦ କାନିତଳ ମନେପଡେ

ମୁଁ ଏକାନ୍ତ ନିର୍ଜନ ବିଷାଦ

ଏବଂ ତୋର ଫେରିବାର ସବୁଦ୍ବାର ବନ୍ଦ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics