ମା
ମା
ଯେନ ଦିନୁ ଜନମ ଦେଇ ଦୁନିଆ କେ ଆନଲା ମୋର ମା
ସେ ଦିନୁ ମୁଇଁ ଆଏଁଖ ଦେଖି କାନ୍ଦୁ ଥିନି କୁଆଁ କୁଆଁ ।
କାନ୍ଦ କେ ଦେଖି ସହି ନାହିଁ ପାରି ଥନ୍ ଫାଡ଼ି ଗୁରସ ଦେଲା
କାଲେ ମୋର ପୁଓ ସୁସେ ହେବା ବୋଲି ଅମୁଲ ଘିନି ରଖୁ ଥିଲା ।
ଚଉଲ ଭାଜି ଗୁଣ କୁଟି ଅଟକେଲ ବନେଇ ମତେ ଖୁଆଉ ଥିଲା
ଜର ସାରଦି ଖାସି ହେଲେ ମୁଲିଆ ଖଟି ଉସୋ ଘିନି ଆଁନୁ ଥିଲା ।
ପରର ଘରେ ମୁଲିଲାଗଲେ ଖନ୍ଦେ ଦୁଲି କରି ପଛଆଡ଼େ ମତେ ଧରେ
ମୁଣ୍ଡ ରେ ତାର ତାଗାଡୀ ବୁହି ଦୁଇ ମହଲା ସିଡ଼ି ବଡା କଷ୍ଟେ ଚଢ଼େ ।
ଆରୁ କହେବାର ଲାଗି ସାହସ ନେହିଁ ନ କାନ୍ଦିନି ଲାଗୁଛେ ମତେ ,
ମର ଖୁସି ର ଲାଗି ବଳିଦାନ ପଡିଛେ ମୋର ମା କେତିନୀ କେତେ ।
ଆଜି ମାଏଜି ଗୁଟେ ଆଁନି ଯେ ଭାତ ମୁଠେ ଲାଗି ଶୁଣୁଛେ ଗାଲି ,
ମାଏଜି ର ବୁଆ ମା ମତେ କାଣା ଘିନି ନେଇଛନ୍ ଭାଲି ।
ବୁଢ଼ୀ ମା ମୋର ପେଟର ଲାଗି ପର ର ଦୁଆରେ ଭିକ ମାଗୁଛେ ,
ଧିକ ଧିକ ରେ ମୋର ଜୀବନ ନିଜ କେ ମତେ ଲଏଜ ଲାଗୁଛେ ।
ହେଲେ ହେଉ ପଛେ ଜେଲ କି ଫାସୀ ମାଏଜି କେ ଛାଡ଼ପତର ଦେମି ,
ମୋର ମା କେ ସୁଖେ ରଖି ତାର ସବୁ ସେବା ମୁଇଁ କର୍ମୀ ।
ମା ର ଠାନୁଁ ଆରୁ ଦୁନିଆ ଥି କିଏ ନେହିଁ ନ ବଡ଼ ,
ତାହାକେ ହିଁ ଇ ସଂସାର ରେ କହେସନ ଜିଅନ୍ତା ଗଡ଼ ।