STORYMIRROR

Lucky Sahoo

Abstract Romance Fantasy

4  

Lucky Sahoo

Abstract Romance Fantasy

କୃଷ୍ଣଦାସୀ

କୃଷ୍ଣଦାସୀ

1 min
181

ଅନ୍ୟମନସ୍କ ପୀଡା ସବୁ

ତୁମ ଆଗମନର ବାର୍ତ୍ତା ପାଇ

ସଜେଇବାକୁ ହେବ ମୋ ବିଦଗ୍ଧ ଆତ୍ମା

ଯେବେ ତୁମେ ଆସୀନ ହେବ

ମନୋଜ ଗବାକ୍ଷରେ

ତୁମ ସ୍ପର୍ଶ ସୃଜି ପାରେ

ଅୟୁତ ବିଶ୍ବାସ

ହିଆରେ ଦୀର୍ଘତର ନିଶ୍ୱାସ

ଆରୂଢ ହେବ ଯେବେ ତୁମେ

ମୂଳାଧାର ଚେତନା ରେ

ସହସ୍ରାର ଉତ୍ତରଣ ପାଇଁ l

ବିଲୟ ଲଭିବି ମୁହିଁ

ଅବା ଲଭିବି ମୋକ୍ଷ

ଧାର୍ଯ୍ୟ କରିବ ତୁମେ

ଥୋଇ ତୁମ ଅଧର

ମୋ ଅବ୍ୟକ୍ତ ଯନ୍ତ୍ରଣାର ଚିବୁକରେ l

କାହ୍ନା!

କେବେ ମାପିଛ କି

ମୋ ପ୍ରେମର ସାନ୍ଦ୍ରତା??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract