STORYMIRROR

Lucky Sahoo

Others

3  

Lucky Sahoo

Others

ବାପାଙ୍କ ଈଶ୍ୱର

ବାପାଙ୍କ ଈଶ୍ୱର

1 min
201

ଈଶ୍ୱର ଶୋଇ ଗଲା ପରେ

ସାରା ରାତି ଉଜାଗର ରହି

ସାଉଁଟିଛ ସେଇ ସବୁ 

ଅନୁଚ୍ଚାରିତ, ବେଦନାଭରା ମୁହୂର୍ତ୍ତ

ଯାହା ଅବହେଳିତ, ଅଭିଶପ୍ତ

ସକାଳ ହେଲେ 

ମୋ ଅର୍ଥହୀନ ଜୀବନ ପାଇଁ 

ସେଇ ମୁହୂର୍ତ୍ତରୁ ତୁମେ ଗଢ଼ିବ 

ନୂତନ ଏକ ଭବିଷ୍ୟତ 

ଈଶ୍ୱରଙ୍କ ସମକକ୍ଷ 

ବୋଲି ସିନା ଦେଇପାର 

"ଯୋଗକ୍ଷମ ବ୍ୟହାମ୍ୟହମ୍"ର 

ସମାନ୍ତରାଳ ପ୍ରତିଶ୍ରୁତି 

ନିର୍ଦ୍ଧାରଣ କରି ପାର 

ତୁମ ବାତ୍ସଲ୍ୟରେ 

ମୋ ରୁଗ୍ଣ ଜୀବନର ନିୟତି 

ସେଇ ସବୁ ଚିତ୍କାର ଯାହା 

ଫେରିଆସେ ଈଶ୍ୱରଙ୍କ 

ରୁଦ୍ଧ ଦରବାରୁ 

ତାକୁ ନେଇ ତୁମେ ଲେଖ 

ମୋ ପାଇଁ ମୋକ୍ଷର ପ୍ରତିଶ୍ରୁତି 

ଲିଭି ଆସୁଥିବା ମୋ 

ଦୁର୍ବଳ ପ୍ରାଣାଗ୍ନୀରେ 

ଭରିଦିଅ ଦୁର୍ଜୟ ଜୀବନୀ ଶକ୍ତି 

ସେହି କ୍ଷଣେ 

ତୁମର ନିର୍ବିକାର ହସ 

ଦୃଢ଼ କରେ ମୋ ମନେ 

ଏଇ ଭାବନା 

ଈଶ୍ୱର ବୋଧେ 

ତୁମକୁ ଡରନ୍ତି 

ମୋ ଆଗେ ପ୍ରମାଣିତ 

କରିବାକୁ ଯାଇ ନିଜ 

ଶ୍ରେଷ୍ଠ ଅସ୍ତିତ୍ୱ 

ବାପା, 

ସେ ପ୍ରତିଦିନ ତୁମ ସଙ୍ଗେ 

ଯୁଦ୍ଧ କରନ୍ତି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍