STORYMIRROR

Suryakanta Pradhan

Romance

2  

Suryakanta Pradhan

Romance

କପୋତୀ (ଭାଗ - ୧)

କପୋତୀ (ଭାଗ - ୧)

1 min
13.8K


ମୋର ଆଜି ବି ମନେ ଅଛି !

ତୁମେ ଉପଭୋଗ କରି ଚାଲିଥିଲ

ପ୍ରତିଟି ମୁହୂର୍ତ୍ତକୁ ଆଖି ବନ୍ଦ କରି।

ସତରେ !

ଆଜିବି ମନେ ପଡେ 

ତୁମର ନିବିଡ଼ ଆଲିଙ୍ଗନ 

ତୁମ ଦେହର ଉସ୍ମତା

ନାକର ଉତ୍ତପ୍ତ ପ୍ରଶ୍ଵାସ

ତୁମ କୁୁମାରୀତ୍ଵର ବିିିଳାପ 

ଭୀତ କପୋତୀ ପରି କମ୍ପନ 

ଆଉ ନିଃସର୍ତ୍ତରେ ଅର୍ପଣ କରିଥିବା

ତୁମ ଅର୍କ ନୂଆ ସବୁକିଛି ।

ମୋ ପାଇଁ ତମେ ଥିଲ ସାରା ରାତି

ଅନୁରକ୍ତ, ସମର୍ପିତ, ଉତ୍ସର୍ଗୀତ ।

ମୁଣ୍ଡର ସୁସଜ୍ଜିତ କେଶଗୁଚ୍ଛାରୁ

ପାଦର ମେରୁନ ରଙ୍ଗର ନେଲପଲିସ ଯାଏଁ

ଆଖି ବନ୍ଦ କରି ମୁଁ କହିପାରେେ ତୁମ ଶରୀରର

ସବୁ ଖାଲଢ଼ିପ ଉଠାଣି ଗଡାଣି

ଆଉ ଠାଏ ଠାଏ ବିିଧାତା ଜାଣିଶୁଣି ଛିଞ୍ଚାଡ଼଼ି ଦେଇଥିିିବା 

ସୋରିଷ ଦାନା ପରିକା କଳା କଳା ଦାଗ

ଯାହାକୁ ତମେ ଇଂରାଜୀରେ ବିଉଟି ସ୍ପଟ ବୋଲି କୁହ ।

- ସୂର୍ଯ୍ୟକାନ୍ତ ପ୍ରଧାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance