Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

କିଏ ମୁଁ ଆସିଛି ଧରା

କିଏ ମୁଁ ଆସିଛି ଧରା

1 min
280



କିଏ ମୁଁ ଆସିଛି ଧରା କେଉଁଠାରୁ କାହିଁପାଇଁ

ବାରବାର ପୁଚ୍ଛି ମନ କେଉଁ ଲାଭ ଅବା ଥାଇ

ସିଏ କି ଦେବ ଉତ୍ତର ଅଜ୍ଞାନତା ଗୁଣ ବହି

ହେ ପ୍ରଭୁ ସୃଷ୍ଟି କରତା ଦିଅ ମୋ କାନେ ବତାଇ ।


ଅଜ୍ଞାନାନ୍ଧକାରେ ନିତିନିତି ଭ୍ରମେ ଭ୍ରମୁଥାଇ 

କେଉଁଦିନ ଜ୍ଞାନଚକ୍ଷୁ ମୋର ଦେବ ତୁମେ ଫେଇ

ପାଇ ମୁଁ ସଠିକ ପଥ ମନକୁ ମୋ ନେବି ଧାଇଁ

କରୁଣାବାରି ଝରିବ କି ଏ ଅକିଞ୍ଚନ ପାଇଁ ?


ବୃଥା ମାୟାମୋହେ ଭ୍ରମି ଭାବେ କିଛି ଲାଭନାହିଁ

ପଥକୁ କି ସଖା ହେବେ ମୋହର ଆତ୍ମୀୟେ କେହି

ସତ-ମିଛ ଦୁନିଆରେ ସଭିଏଁ ସ୍ବାର୍ଥରେ ବାଇ

ନୟନ ମୋ ଦେଖୁଥାଏ ପୁଣି ଅନୁଭବୁଥାଇ ।


ଉଚିତ କି ଅନୁଚିତ କିସ ନିତି କରୁଥାଇ

ତୁମ ଛଡ଼ା ଏକଥାକୁ ଆଉ କେ ଦେବ ସୂଚାଇ

ବୁଦ୍ଧିବାଟ ମୋତେ କିଛି ଦିଶୁନାହିଁ ସେଥିପାଇଁ

ସମାଧାନ ହିଁ କେବଳ ତୁମପାଖେ ଅଛି ରହି ।


ତୁମଠାରେ କି ସମ୍ପର୍କ ତା' ବି ବାରି ନପାରଇ

ଆତ୍ମା ପରମାତ୍ମା ହୋଇ ଦେହୀ ଦେହେ ଅଛେ ରହି

ଏକଥା କେବଳ ମୋର ମନଟି ଦିଏ ବୁଝାଇ 

କିପରି ଜାଣିବି ସତ ସେହି ପଥେ ଯାଅ ନେଇ ।




Rate this content
Log in

Similar oriya poem from Inspirational