STORYMIRROR

Manoj Kumar Barik

Inspirational

4  

Manoj Kumar Barik

Inspirational

କିଛିତ ଭଲ ହୋଇଛି...

କିଛିତ ଭଲ ହୋଇଛି...

1 min
23.1K

 କୋରୋନାର କହର ବିଶ୍ୱରେ ବ୍ୟାପିଛି,

    କରାଳ ରୂପେ ଗ୍ରାସ୍ କରି ଚାଲିଛି,

ସହସ୍ର କୋଟିର ଅର୍ଥନୀତିକୁ ଧ୍ବଂସ କରିଛି,

    ସର୍ବତ୍ର ହାହାକାର ବଢ଼ି ଚାଲିଛି।

ସବୁକିଛି ଅସୁବିଧାରେ, କିଛିତ ଭଲ ହୋଇଛି

ଆକାଶକୁ ନିଳବୋଲି ମାନୁନଥିବା କୁନି ପିଲାଟି

      ନୀଳ ଆକାଶ ଦେଖି ପାରିଛି,

      ଆବର୍ଜନା ଭରା ବେଳାଭୂମି ଆଜି ସ୍ୱଚ୍ଛ ଦିଶୁଛି।

 ବିଦେଶ ବିନା ଜୀବନ ତୁଚ୍ଛ ମାନୁଥିବା ବନ୍ଧୁ ମୋର

       ଗାଁ ମାଟି ଛୁଇଁବାକୁ ବୋହେ କାନ୍ଦୁଛି। 

କିଛିତ ଭଲ ହୋଇଛି

ପବ୍, ନାଇଟ କ୍ଲବ ଆଉ ମଦ ସିଗାରେଟ୍ ବିନା

ମଣିଷ ଆଜି ବଞ୍ଚିବା ଶିଖି ପାରିଛି,

ଗାଡ଼ିଘୋଡ଼ା, କାରଖାନା ଧୁଆଁରେ ଧୁସର ଗଛ, 

         ସବୁଜିଆ ପତ୍ରେ ଭରିଛି

ମୋ ଅଗଣା ପଶୁପକ୍ଷୀଙ୍କ ରାବରେ ହସୁଛି।  

କିଛିତ ଭଲ ହୋଇଛି

ପରମାଣୁ ମିଶାଇଲରେ ବିଶ୍ୱକୁ ଧ୍ବଂସ କରିବାର

        ପରାକ୍ରମ ରଖିଥିବା ଶକ୍ତି,

ଶକ୍ତିହୀନ ହୋଇଛି, ମଣିଷର ଗର୍ବ ଭାଙ୍ଗିଛି।

    ବିନା ଦିବାଲିରେ ସହସ୍ର ଦୀପ ଜଳୁଛି

    ମଣିଷ ଆଜି ମଣିଷତ୍ଵ ଟିକେତ ବୁଝିଛି।

 କିଛିତ ଭଲ ହୋଇଛି

 ସବୁକିଛି ଅସୁବିଧା ମଧ୍ୟରେ କିଛିତ ଭଲ ହୋଇଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational