STORYMIRROR

Manoj Kumar Barik

Others

3  

Manoj Kumar Barik

Others

ସମ୍ପର୍କ

ସମ୍ପର୍କ

1 min
12.4K

ସମ୍ପର୍କର ଭିତ୍ତିଭୂମି ଲୁହାଠୁ କଠିନ, ପର୍ବତଠୁ ଦୃଢ଼

ନା ଭାଙ୍ଗେ ନା ନରମେ ଅଜସ୍ର ଝଡଝଂଜାରେ...

ବୁଢିଆଣୀ ଜାଲଠୁ ବି ଅତି ସୂକ୍ଷ୍ମ, ଉଜୁଡିଯାଏ ବିନା ପବନରେ

ଲହୁଣିସମ କୋମଳ ତ ତୁଳାଠୁ ହାଲୁକା

ତରଳିଯାଏ ବିନା ଉଷ୍ଣତାରେ, ଉଡିଯାଏ ବହୁ ଦୂରକୁ।


ସଜାଡୁ ସଜାଡୁ ଆପଣା ସମ୍ପର୍କ,

ହୋଇଯାଏ ଅସଜଡା କେବେ ଜାଣି ହୁଏନି,

ଆଉକେବେ ଅଜଣା ଅଚିହ୍ନା ଆପଣାର ହୋଇଯାଏ,

ପରପାଇଁ ବାଜି ଲଗାଇଦିଏ ଜୀବନକୁ।


ସମ୍ପର୍କ ନୁହେଁ ମାତ୍ର ନିତିରୀତି, ଅନୁଶାସନର ଡୋରି,

ନା ଯେ ବାପାମା, ଭାଇଭଉଣୀ, ସ୍ୱାମୀସ୍ତ୍ରୀ ର ବନ୍ଧନ ମାତ୍ର।

ଗଢ଼ିବାକୁ ସୁଦୃଢ଼ ସମ୍ପର୍କ ଲୋଡା ତ୍ୟାଗ, ପ୍ରତିବଦ୍ଧତା,

ଆନ୍ତରିକତା ଆଉ ନିଃସ୍ୱାର୍ଥ ପ୍ରେମ ଶ୍ରଦ୍ଧା।

ନାହିଁ ଲୋଡା ମାନ ଅଭିମାନର ମୁଖଟା,

ତିଳେହି ମିଥ୍ୟା, ଅହଂକାର ଓ ପ୍ରତାରଣା।


ଛିଡ଼ିଗଲେ ଥରେ ଡୋରି ସମ୍ପର୍କର, ହୁଏନି ଯୋଡ଼ି,

ଯୋଡିଲେ ରହେ ଖାଲି ଗଣ୍ଠି ଅଜସ୍ର।

ଗଢ଼ିବାକୁ ନିବିଡ଼ ସମ୍ପର୍କ ଲାଗେ ବର୍ଷ, ମାସ, ଦିନ ଅନେକ,

ଉଜୁଡିଯାଏ ଆଖିପିଛୁଳାକେ, ଦେଖୁ ଦେଖୁ।

ଏଇତ ସମ୍ପର୍କ... ଏଇତ ସମ୍ପର୍କ...।


Rate this content
Log in