STORYMIRROR

UPENDRA PRUSTY

Romance

3  

UPENDRA PRUSTY

Romance

କିଛି ଭାବିଛି

କିଛି ଭାବିଛି

1 min
24

 

ସ୍ବପ୍ନ ସବୁ ଏକାଠି କରିଛି 

ଭରିଦେଵି ତୁମ ଆଖିର

    ପଟଳେ 

ଡର ଲାଗେ ମୋତେ କିନ୍ତୁ

ଶୋଇ ରହି ଯିବ କାଳେ ଗହମ

     ନିଦରେ

ବିଶ୍ୱାସ ସବୁ ସାଇତି ରଖିଛି

ଭରିଦେଵି ତୁମ ହୃଦୟର ନିଭୃତ

     କୋଣରେ

ହେଲେ ଡର ଲାଗେ କାଳେ

ତୁମେ ପହଞ୍ଚିବ ସରଳତାର

    ଶୀର୍ଷରେ

ଭାବୁଛି ମୁଁ କମଣ୍ଡଳୁ ଜଳ ସବୁ

ଢାଳି ଦେବି ତୁମ ସତୃଷ୍ଣ

     ଗଳାରେ

ହେଲେ ସଙ୍କୋଚ ଛାଇଯାଏ

କାଳେ ତୁମେ ଫେରି ଚାହିଁ ବନି

    ସତ୍ରୁଷ୍ଣ ନୟନେ

ଇଚ୍ଛା ହୁଏ ତୂଳୀ ଟିଏ ଧରାଇ 

ଦିଅନ୍ତି ତୁମ ହାତ 

    ପାପୁଲିରେ

ହେଲେ ଡର ଲାଗେ କାଳେ ତୁମେ

ଆଙ୍କୁ ଥିବ ତୁମ ଛବି

    ଅତନ୍ଦ୍ର ମୁଦ୍ରାରେ

ଭାବୁଛି ମୁଁ ପ୍ରେମ କଣ ଟିଏ ଥିବ

ନିଶ୍ଚେ ମାେ ପାଇଁ ତୁମ ହୃଦ

    କନ୍ଦରରେ

ହେଲେ ଭାବାନ୍ତର ଆସେ ତୁହାଇ

ତୁହା ଇ କାଳେ ମୁଁ ଦୌଡୁଛି ମିଛେ 

    ମୃଗତୃଷ୍ଣା ପଛେ

ଭାବିବସେ ତୁମେ ଅଛ ପ୍ରତି କ୍ଷଣେ

ମୋର ନିବିଡ଼ ଆଶ୍ଳେଷେ

କିନ୍ତୁ ଭାଵିନିଏ ପରକ୍ଷଣେ ମୋର

ବା ଥାଇପାରେ କିଛିଟା ଅଭାବ

    ତୁମକୁ ପ୍ରାପ୍ତି ରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance