କିଛି ଭାବିଛି
କିଛି ଭାବିଛି
ସ୍ବପ୍ନ ସବୁ ଏକାଠି କରିଛି
ଭରିଦେଵି ତୁମ ଆଖିର
ପଟଳେ
ଡର ଲାଗେ ମୋତେ କିନ୍ତୁ
ଶୋଇ ରହି ଯିବ କାଳେ ଗହମ
ନିଦରେ
ବିଶ୍ୱାସ ସବୁ ସାଇତି ରଖିଛି
ଭରିଦେଵି ତୁମ ହୃଦୟର ନିଭୃତ
କୋଣରେ
ହେଲେ ଡର ଲାଗେ କାଳେ
ତୁମେ ପହଞ୍ଚିବ ସରଳତାର
ଶୀର୍ଷରେ
ଭାବୁଛି ମୁଁ କମଣ୍ଡଳୁ ଜଳ ସବୁ
ଢାଳି ଦେବି ତୁମ ସତୃଷ୍ଣ
ଗଳାରେ
ହେଲେ ସଙ୍କୋଚ ଛାଇଯାଏ
କାଳେ ତୁମେ ଫେରି ଚାହିଁ ବନି
ସତ୍ରୁଷ୍ଣ ନୟନେ
ଇଚ୍ଛା ହୁଏ ତୂଳୀ ଟିଏ ଧରାଇ
ଦିଅନ୍ତି ତୁମ ହାତ
ପାପୁଲିରେ
ହେଲେ ଡର ଲାଗେ କାଳେ ତୁମେ
ଆଙ୍କୁ ଥିବ ତୁମ ଛବି
ଅତନ୍ଦ୍ର ମୁଦ୍ରାରେ
ଭାବୁଛି ମୁଁ ପ୍ରେମ କଣ ଟିଏ ଥିବ
ନିଶ୍ଚେ ମାେ ପାଇଁ ତୁମ ହୃଦ
କନ୍ଦରରେ
ହେଲେ ଭାବାନ୍ତର ଆସେ ତୁହାଇ
ତୁହା ଇ କାଳେ ମୁଁ ଦୌଡୁଛି ମିଛେ
ମୃଗତୃଷ୍ଣା ପଛେ
ଭାବିବସେ ତୁମେ ଅଛ ପ୍ରତି କ୍ଷଣେ
ମୋର ନିବିଡ଼ ଆଶ୍ଳେଷେ
କିନ୍ତୁ ଭାଵିନିଏ ପରକ୍ଷଣେ ମୋର
ବା ଥାଇପାରେ କିଛିଟା ଅଭାବ
ତୁମକୁ ପ୍ରାପ୍ତି ରେ।

