କହରେ କାଳିଆ
କହରେ କାଳିଆ
1 min
10
କହରେ କାଳିଆ ଭକତ ବିହୁନେ
ଶାନ୍ତିରେ ଗଡିବ ରଥ !
ଭକତ ଶୂନ୍ୟରେ ଦାଣ୍ଡ କି ସାଜିବ
କହିବ ସେ ରଥ ପଥ
ଭାବ ବିନୋଦିଆ ଠାକୁର ହେ
ତୁମେ ଭକତ ମନରେ ଥାଅ
ଦାଣ୍ଡ ମନା ସିନା ଭକତ
କୋହରେ ପ୍ରଭୁ ତୁମେ ରହିଯାଅ
ତୁମରି ଇଛାରେ ତୁମେ ଚାଲିଥାଅ
ମଣିଷ ମାନେ ତ ଚ୍ଛାର
ତୁମ ଇଚ୍ଛା ହେଲେ ତୁମେ ମାଡ଼ି
ଚାଲ ମଣିଷ ନାମ ମାତର
ତୁମ ରଥ ସବୁ ସଜଡ଼ା ହୋଇଛି
ରତ୍ନ ସିଂହାସନୁ ଆସିବ ଖରେ
ଟାହିଆ ହଲାଇ ପହଣ୍ଡିରେ ଆସି
ଉଭା ହେବ ପରା ରଥ ମଧ୍ୟରେ
ଛେରା ପହଁରା ରାଜା ହିଁ କରିବେ
ଚନ୍ଦନ ପାଣିକୁ ଛିଞ୍ଚି
ଅତି ଶରଧାରେ ରଥ ଟଣା ହେବ
ମାଉସୀ ଘରେ ଯିବେ ପହଞ୍ଚି
ହେ ଜଗନ୍ନାଥ ତୁମେ ମହାବାହୁ
ତବ ଇଚ୍ଛା ପୂର୍ଣ୍ଣ ହେଉ
ଏ ଚିର ଅଧମ ତୁମ ନାମ ଧରି
ଏ ସଂସାରୁ ବିଦାୟ ନେଉ।
