STORYMIRROR

MANORANJAN NAIK

Inspirational Others

3  

MANORANJAN NAIK

Inspirational Others

କହ ସାବିତ୍ରୀ

କହ ସାବିତ୍ରୀ

1 min
11.8K

କୁକୁଡା ତତେ ଉଠାଏ ସାବିତ୍ରୀ

ଆମେ ତ ଆଲାରାମ୍ ର ଡାକ ବି ସହିଯାଉ

ତତେ କଣ ନିଦ ହୁଏନି ଲୋ

କହ ସାବିତ୍ରୀ ଏତେ ବେଳୁ ଉଠି କଣ ତୁ ପାଉ?।। ୧।। 


ସଭେ ଖାଇବା ପରେ ବଳକା ଦି ପଟ ରୁଟି

ନ ପାଇ ବି କହୁ ମୋତେ ଭୋକ ନାହିଁ

ଆମେ ଶୋଇଲା ପରେ ତୋ ବିଛଣା ପଡେ ଲୋ

କହ ସାବିତ୍ରୀ ଏତେବେଳ ଚେଉଁ କାହାପାଇଁ?।। ୨।। 


ପେଟର ଭୋକ ମନରେ ମାରୁ

ସଅଳ ସଅଳ ସାହୁକାର ବିଲକୁ ଯାଉ

କାମ ନ କଲେ ଗେରସ୍ତର ଦାଉ ବି ସହୁ

କହ ଲୋ ସାବିତ୍ରୀ ଏତେ ଦମ୍ଭ ତୁ କଉଠି ପାଉ? ୩। 


ତୁ କଉଠୁ ପାଇବୁ ଦାମୀ ଗିଫ୍ଟ କି ଆହାର

ବିଲରୁ ଜୀବନ୍ତ କଂକଡା ଦି ପଟ ଆଣି ଛୁଆକୁ ଦେଉ

କଂକଡା ଖେଳ ଦେଖି ଭୁଲିଯାଉ ବୈଶାଖ ଝାଉ

କହ ଲୋ ସାବିତ୍ରୀ ଏତେ ଖୁସି ତୁ କଉଠୁ ପାଉ? ୪।।


ପୁରୁଷ ପ୍ରଧାନ ଇଲାକାରେ ତୋ ବ୍ରତ କିଏ ରଖେ ଯେ

ହେଲେ ଏତେ ଉଷାରଖି କି ଯଶ ନେଉ

କଉଠି ସୁରକ୍ଷିତ ତୁ କହ ତୋ ସୁରକ୍ଷା

ସଭାରେ ବି ବାଧ୍ଯ ହୋଇ ଉଲଗ୍ନ ହେଉ

କହ ସାବିତ୍ରୀ କଉଠି ତୁ ବେଶୀ ଆଦର ପାଉ?୫।।


ତୁ ଉତ୍ତର ଦେବା ଆଗରୁ ପାଟି ବନ୍ଦ କରୁ

ନ ହେଲେ ସହିବାକୁ ହୁଏ ଜନ୍ତ୍ରଣା ଦାଉ

କେଉଁଠି ତୁ ସ୍ଵାଧୀନତା ବେଶୀ ପାଉ

କହ ଲୋ ସାବିତ୍ରୀ ସବୁ ସହି ତୁ କି ଖୁସି ହେଉ? ୬।।


ତୁ କଲମ ଧର ବଡ ହାକିମ ହବା ପାଇଁ ନୁହଁ

ବରଂ ଗଢ ଗୋଟେ ନୁଆଁ ପୁଥି 

ଯେଉଁଠି ଲେଖିଦେବୁ ନାରୀ ସ୍ବାଧୀନତା

ପୁରୁଷ ଦାୟିତ୍ୱ ର ଗହନ ନଥି।। ୭।। 


କେତେଦିନ ଅବଳା ଦୁର୍ବଳା ତୁ ହବୁ

ବରଂ ଲଂଘି ଯା ସବୁ ଦୁଖର ଲହୁ

ଫେରିବ ତୋ ମନର କପୋତ

ଯା ସାଥେ ନିଗାଡ଼ିବୁ ତୋ ଖୁସିର ଭାଉ।।୮।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational