କବିତା ସେ
କବିତା ସେ
କବିତା ମୋ ଜୀବନର ଅଙ୍ଗ
କବିତା ମୋ ଯୌବନର ରଙ୍ଗ ।
କବିତା ମୋ ଶୈଶବର ଦରୋଟି ହସ
କବିତା ମୋ କୈଶୋରର ପ୍ରୀତିର ପଳାଶ ।
କବିତା ହିଁ ମାନବ ସଭ୍ୟତାର
ବିକାଶର ଅଂଶବିଶେଷ
କବିତା ବାର୍ଦ୍ଧକ୍ୟର ସ୍ମୃତି ମିଶା
ମିଳନ ବିରହର ମଧୁର ପରସ ।
କବିତା ଜୀବନ ଜଞ୍ଜାଳେ ଆଣିଦିଏ
ହର୍ଷ ବିଷାଦ କେତେ କେତେ
ମତୁଆଲା ମୁହୂର୍ତ୍ତର ଆନନ୍ଦ ଉଲ୍ଲାସ
କବିତା ଗଢେ ପରିବେଶ
କବିତା ଗଢେ ପରିବାର
କବିତା ଯୋଗୁଁ ଏ ସମଗ୍ର ବିଶ୍ଵ ।
କବିତା ହିଁ ମୁଁ ରୁ ଉର୍ଦ୍ଧ୍ୱରେ
କବିତା ଶିଖାଏ ସାମାଜିକତା
କବିତା ଯୋଗୁଁ ଗଢାଯାଏ ସମାଜ
କବିତା ରଚିଥାଏ ସମାଜର ସଂହିତା ।
ନୀତି ଆଦର୍ଶର ରଚୟିତା
ପ୍ରୀତି ପ୍ରଣୟର ପ୍ରଣେତା
ସେ ଗୁଢ ତତ୍ତ୍ଵ ଦୃଢ ତତ୍ତ୍ଵର ସ୍ରଷ୍ଟା
ସୃଷ୍ଟି ସେହି ସ୍ରଷ୍ଟା ସେହି
ସେହି ଦିବ୍ୟ ଦ୍ରଷ୍ଟା
ହୃଦୟର ବାର୍ତ୍ତା ସେ
ମନର ଅବ୍ୟକ୍ତ ଗାଥା
ସେ ଆମ ସଭିଙ୍କ ପ୍ରିୟ କବିତା ।
ସାହିତ୍ୟ ସେ ବିଜ୍ଞାନ ସେ
ମନର ବିଜ୍ଞାନ ସେ
ଜ୍ଞାନର ଭଣ୍ଡାର ସେ
ପରିବେଶର ଭୂଗୋଳ ସେ
ପ୍ରେମର ପରିଭାଷା ସେ
ସଭ୍ୟ ମାନବର ସଭ୍ୟତା ସେ
ପ୍ରତ୍ୟେକ ଜୀବର ଜୀବନ ଜୀବିକାର
ଜୀବାତ୍ମା ସେ
ଜୀବନ ସଂହିତା ସେ
ଆମ ପ୍ରତ୍ୟେକଙ୍କ
ଜୀବନ କବିତା ସେ ।