STORYMIRROR

Rohit Dash

Fantasy Inspirational

4  

Rohit Dash

Fantasy Inspirational

କବିତା ଲେଖିବା

କବିତା ଲେଖିବା

1 min
743


ତଥାପି ମୁଁ ଜଗିରହିଛି

କଲମ ଓ କାଗଜ ଧରି

କବିତାଟିଏ ଲେଖିବା ପାଇଁ

ଯଦିଓ କବିତା କାହିଁକି ଲେଖାଯିବାକଥା

ତା ପାଇଁ ମୋ ପାଖରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ।


କବିତା କଣ ଭରିପାରିବ କାହାର ପେଟ

ଦେଇ ପାରିବ କାହା ମୁହଁରେ ଗଣ୍ଡେ ଭାତ

କି ଦିପଟ ରୋଟି 

କବିତା ପୋଛି ପାରିବ କି

କାହା ଆଖିର ଲୁହ

ଦେଇ ପାରିବ ଶିଶୁ ମୁହଁରେ ଦରୋଟି।


ଗଢି ପାରିବ ଭାଙ୍ଗି ଯାଇଥିଲେ

ଖୋଜି ଆଣିପାରିବ

ହଜି ଯାଇଥିଲେ


ଦେଇ ପାରିବ ମଣିଷକୁ ଗୋଟେ ଅକ୍ରୁତିମ ହସ

ଛଡେଇ ପାରିବ ହତାସ ଚାଷୀ ମଁହଁରୁ ବିଷ

ଦେଇ ପାରିବ କୁନ୍ଦୁଲି ପୀଡିତା ମାନଙ୍କୁ ନ୍ୟାୟ

ଦୁରେଇ ପାରିବ ନୀରିହ ଜନତା ଛାତିଙ୍କ ଭୟ ଓ ସଂଶୟ

କବିତା ହେଇ ପାରିବ କି ବାର୍ତା ସୁଖ ଆଉ ଶାନ୍ତିର

ପ୍ରିତୀ ଆଉ ମୈତ୍ରୀର।


ତା ହେଲେ ଆସ କଲମ ଧରିବା

ସାଦା କାଗଜ ଉପରେ

ଆଗାମୀ ଭବିଷ୍ୟତ ପାଇଁ

ଆଗାମୀ ପିଢୀଙ୍କ ଶୁଭ ମନାସୀ

ସ୍ବର୍ଣାକ୍ଷରରେ ଏକ

ଦସ୍ତାବିଜ ଲେଖିବା।


ସତରେ କବିତା ଲେଖିବା

କଣ ନିହାତି ଜରୁରୀ

କବିତା କଣ ସବୁ ସମ୍ଭାବନା ର ଦ୍ବାର

ଖୋଲି ଦେଇପାରେ।


ମୁଁ ଏବେ ବି ବସିଛି କଲମ ଓ କାଗଜ ଧରି

କବିତାଟିଏ ଲେଖିବି ବୋଲି

ପାହାଡର ବୁକୁଚିରି

ନିର୍ଝରୀଣୀଟିଏ ଝରିଆସିବା ଭଳି ବୋଧେ

କବିତାଟିଏ ମାଡିଆସିବ ଏବେ

ଛାତି ର ରୁଦ୍ଧ ଦ୍ବାର ଠେଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy