STORYMIRROR

Rohit Dash

Others

3  

Rohit Dash

Others

ମନେ ପଡୁଛ

ମନେ ପଡୁଛ

1 min
201


ଆଜି ଦୁରରେ ଅଛ

ବେଶୀ ବେଶୀ ମନେ ପଡୁଛ।


ଭାରୀ ଗେଲୀ ତମେ

ଚଗଲୀ ବି

ସବୁବେଳେ ଚିଡାଅ ମତେ

କୁହ ତମେ ଆଉ କାହାକୁ

ଭଲ ପାଉଛ।


ମୁଁ ଯେତେ ବୁଝେଇଲେ ବି

ତମେ ବୁଝନା ଯେ

ମୋର ଆଉ କେହି ନାହିଁ

ତମର ଛଡା ଏତେ ନିଜର

ତଥାପି ମୋର ସବୁ ଆଡେ

ତମ ନିଘା ନଜର ।


ସବୁବେଳେ ଚାହଁ ମୋତେ

ଗୋଟାପଣେ ନିଜର କରିବାକୁ

କେବେ ବି ଚାହଁନା ମୋତେ

ଏତେ ଟିକେ ନିଜଠୁ

ଦୁର କରିବାକୁ ।


ସବୁବେଳେ ଲାଗିଥାଅ

ମୋ ପଛରେ ଛାଇଟିଏ ଭଳି

ଅନ୍ୟକିଏ ଅନେଇ ଦେଲେବି 

ତମକୁ ଲାଗେ ଯେମିତି ସିଏ ମତେ

ଦେବ ଅବା ଗିଳି ।


ସବୁବେଳେ ଲାଗିଥାଏ

ରୁଷା ଫୁଲା ମାନ ଅଭିମାନ

ବୁଝି ପାରେନା ମୁଁ ତମ ପ୍ରେମର ସେ

ନୁଆ ଅଭିଧାନ ।


ବଡ ଅଜବ ତମେ

ଅଜବ ତମର ପ୍ରେମ

ସବୁବେଳେ ଲାଗିଥାଅ

ମୋ ପଛରେ

ଛାଡି କାମ ଧାମ

କୁହ ସବୁକଥା ପଛ

ଆଗ ବଡ ମୋ ପାଇଁ ମୋ ପ୍ରେମ।


କହିଲ କାଲି ପୁରୀ ଯିବି

ତମ ପାଇଁ ଠାକୁରଙ୍କୁ ଡାକିବି

କହିବି ଆମ ପ୍ରେମ ଆହୁରି

ଦ୍ରୁଢ ହେଉ

ହେଉବି ଶାଶ୍ବତ ଚିରନ୍ତନ ଆଉ ଅମର

ସବୁବେଳେ ଲୋକେ ଦ୍ରୁଷ୍ଟାନ୍ତ ଦିଅନ୍ତୁ

ଆମ ପ୍ରେମର।


ଆଜି ତମେ ପୁରୀରେ ଅଛ

ଠାକୁରଙ୍କୁ ମୋ ପାଇଁ

ଭୋଗ ଲଗଉଛ

ସତରେ ଆଜି

ତମେ ମୋର ଖୁବ୍ ଜୋର୍

ମନେ ପଡୁଛ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍