କବି ଜୀବନ
କବି ଜୀବନ
ଧନ୍ୟ କବି
ଧନ୍ୟ ତୁମ କବିତା ପ୍ରୀତି
ଶିକ୍ଷକ ହୋଇବି ଲେଖୁଛ କିଛି
ରାତିଯାକ ବସି l
ସକାଳୁ ଉଠି
ସ୍କୁଲ ଜଂଜାଳ ଯେତିକି
ତା ' ଠାରୁ ଦୁନିଆ ଝାମେଲା ବେଶୀ l
ରିପୋର୍ଟ ଫାଇଲ,
ଲେମନ ପ୍ଲାନ, କାଗଜପତ୍ର ତନଖି,
ଘର ଚାଷ ବାସ
ଆଉ
ଅନେକ କିଛି
ପୁରୁଷ ଜାତି,
ମହିଳା ହେଲେ
ଆହୁରି ବେଶୀ
ଘର କରଣୀ, ରୋଷେଇ ବାସ
ପିଲା ଛୁଆଁଙ୍କ ଦାୟିତ୍ୱ
ଶାଶୁ, ଶ୍ଵଶୁରଙ୍କ ସେବା
ଆଉ
ଅନେକ କିଛି l
ଧନ୍ୟ କବି
ଧନ୍ୟ ତୁମ କବିତା, ଗଳ୍ପ
ଚୋରା ପୀରତି
ଚାକିରୀ କରି ବି ଲେଖୁଛ କିଛି
ଦୀପ ତଳେ
ଅନ୍ଧାର ଅଛି
କିନ୍ତୁ
ଚାରିଆଡେ ଉକିଆ ବେଶୀ
ସେଇପରି
ତୁମ ଜୀବନ ଗଢ଼ା ହୋଇଛି l
ଧନ୍ୟ କବି
ଧନ୍ୟ ତୁମ ଲେଖା ଆବୃତି
ସମୟ ଖୋଜି କି ଲେଖୁଛ କିଛି l
