STORYMIRROR

Jagu life

Others

3  

Jagu life

Others

ସମ୍ପର୍କର ନଈ ତୀରେ

ସମ୍ପର୍କର ନଈ ତୀରେ

1 min
224

ସମ୍ପର୍କର ନଈ ତୀରେ

ମୁଁ ଏକ ନାବିକଟିଏ

ଝଡ଼ ତୋଫାନ

ବାଆ ବତାସରେ

ନାଆ ମୋର

ଆହୁଲା ମାନେ ନାଇଁ

ଭାସିଯାଏ ମୁଇଁ

ନଈର ମଝିରେ ମଝିରେ l 


ସମ୍ପର୍କର ନଈ ତୀରେ

ମୁଁ ଏକ ନାଆଟିଏ

ପଥିକର ବୋଝକୁ ମୁଇଁ

ସହିପାରେ ନାଇଁ ନୀରେ

ଓଲଟି ଯାଏ ମୁଇଁ

ନଈର ମଝିରେ ମଝିରେ l 


ସମ୍ପର୍କର ନଈ ତୀରେ

ମୁଁ ଏକ ନରଟିଏ

ଭବସାଗର ଦୁନିଆରେ 

ଜଂଜାଳର ମୋହ ଜାଳେ

ଛନ୍ଦିହୋଇ ଘର କରେ

ପାପଭାର ବଢିଯାଏ

ମୁକତି ଲଭିବାକୁ

ପ୍ରଭୁଙ୍କ ଆଶିଷ ମୋର ନାଇଁ 

ଉଦ୍ଧାର ହୋଇ ନ ପରି

ଭାସିଯାଏ ମୁଇଁ

ନଈର ମଝିରେ ମଝିରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍