କାତ୍ୟାୟନୀ
କାତ୍ୟାୟନୀ
ନବରାତ୍ରି ଷଷ୍ଠ ଦିନର ପୂଜା ବିଧି ବିଧାନ
ଶୁଣ ଶୁଦ୍ଧି ଜନେ କରୁଛୁ ଭକ୍ତି କଥା ବର୍ଣ୍ଣନ।
କାତ୍ୟାୟନୀ ରୂପେ ମାଆଯେ ପୀଠେ ପୂଜାପାଆନ୍ତି
ରୋଗ ଭୟ ଶୋକ ସନ୍ତାପ ମାତା ଦୂର କରନ୍ତି।
ଚତୁର୍ଭୁଜା ଦେବୀ ଦୁର୍ଗା ସେ ମାତା ସିଂହବାହିନୀ
ତେଜମୟୀ ଶକ୍ତିମୟୀ ସେ ମାତା ଦୈତ୍ୟ ଦଳିନୀ।
ସ୍କନ୍ଦ ଆଉ ଶିବ ପୁରାଣ, ଦେବୀ ଭାଗବତ ରେ
କାତ୍ୟାୟନୀ ଙ୍କର ମହିମା ବର୍ଣ୍ଣନା ସେ ଶାସ୍ତ୍ରରେ।
ବ୍ରହ୍ମା ବଳେ ବଳିୟାନ ଯେ ହୋଇ ମହିଷାସୁର
ତିନିପୁର କଲା ବିଜୟ ପାଇ ଅଭୟ ବର।
ସ୍ବର୍ଗ ପୁରେ ଯାଇ ଅସୁର କଲା ସେ ଅତ୍ୟାଚାର
ଦେବତା ସକଳ ତାଲାଗି ହେଲେ ବଡ ଅସ୍ଥିର।
ଅଳକା ପୁରୀରୁ କୈଳାଶ ସବୁଠାରେ ଦୁର୍ଗତି
ସମସ୍ତେ ତ ଭୟ କାତର ବଳିଗଲା ବିପତ୍ତି।
ଦୁଃଖ ଦୂର ପାଇଁ ଦେବତା ନାରାୟଣେ ଭେଟିଲେ
ବିପଦ ଟାଳିବା ପାଇଁକି ସେତ ମିନତି କଲେ ।
ବ୍ରହ୍ମା ବିଷ୍ଣୁ ଶିବ ବରୁଣ ଆଦି ଦେବତା ମାନେ
ଉପାୟ କରିଲେ ଚିନ୍ତା ତ ବସି ଏକାଠି ମନେ ।
ଦେବତା ମାନଙ୍କ କ୍ରୋଧରୁ ଅଗ୍ନି ହୋଇଲା ଜାତ
କାତ୍ୟାୟନ ଋଷି ଆଶ୍ରମେ ସେତ ହେଲା ପତିତ।
ଋଷି ଦେଲେ ସେହି ଅଗ୍ନି କୁ ଏକ ଦେବୀ ସ୍ବରୂପ
କାତ୍ୟାୟନୀ ରୂପେ ଦେବୀ ଯେ ହେଲେ ବିଶ୍ବେ ପ୍ରକଟ।
ଦେବତା ମାନଙ୍କ ଅସ୍ତ୍ର କୁ ମାତା ଧାରଣ କଲେ
ସିଂହ ପରେ ବିଜେ ହୋଇସେ ଯୁଦ୍ଧ ପାଇଁ ଚଳିଲେ ।
ମାତାଙ୍କ ସାଥିରେ ଅସୁର ଘୋର ଯୁଦ୍ଧ କରିଲା
ଏମିତି ସମରେ ତ୍ରିପୁର ତହିଁ ଥରି ଉଠିଲା ।
ଜାଣିଥିଲା ମହିଷାସୁର ନାରୀ ହସ୍ତେ ମରିବ
ଆସ୍ତେ ଆସ୍ତେ ତାର ବଳଯେ ହୋଇଗଲା ନିସ୍ତେଜ।
ଶୂଳାଘାତ କରି ବକ୍ଷରେ ମାତା ତାକୁ ବଧିଲେ
ମହିଷମର୍ଦ୍ଦିନୀ ନାମରେ ମାଆ କ୍ଷାତ ହୋଇଲେ ।
ମହିଷାସୁର ର ନିଧନେ ସ୍ବର୍ଗ ହୋଇଲା ଶାନ୍ତି
ଦେବତା ସକଳେ ମାଆଙ୍କ ଜୟ ଗାନ କଲେଟି।
ସେଦିନୁ ମହିମାମୟୀ ଙ୍କ ହୁଏ ଧରାରେ ପୂଜା
ଜୟ ମାଆ କାତ୍ୟାୟନୀ ଗୋ ଉଡେ ମଙ୍ଗଳ ଧ୍ବଜା।
ନିଷ୍ଠା ରେ ଭକତେ ମାଆଙ୍କ ପାଦ ପୂଜା କରନ୍ତି
ଦୁଃଖ ସବୁ ଯାଏ ଦୂରେଇ ଦୂର ହୁଏ ଦୁର୍ଗତି।
ରାମଙ୍କ ମଙ୍ଗଳ ପାଇଁକି ତ୍ରେତୟାରେ କୌଶଲ୍ୟା
କାତ୍ୟାୟନୀ ଙ୍କର ପୂଜା ସେ କରିଥିଲେ ତ ପରା ।
ମନ୍ଦ ଶକ୍ତିଠାରୁ କୃଷ୍ଣକୁ ରଖିବାକୁ ଦୂରେଇ
ଦ୍ବାପରେ ଯଶୋଦା ମାତାଙ୍କୁ ହେଉଥିଲେ ତ ଧ୍ଯାଇ।
କଳିଯୁଗେ ପାଇବାକୁତ ଅବସାଦୁ ମୁକତି
ଭକତେ ମାଆଙ୍କ ପାଦରେ କରନ୍ତି ଯେ ମିନତି ।
କୁଆଁରୀମାନେ ତ ମାଆଙ୍କୁ ଯଦି ପୂଜା କରନ୍ତି
ମିଳେ ତାଙ୍କୁ ମନଲାଖି ତ ତାଙ୍କ ଜୀବନ ସାଥୀ।
ଧନ ମାନ ଯଶ ଦେହୀ ମା ସେତ ମୋକ୍ଷ ଦାୟିନୀ
ଦୂରିତ ନାଶିବା ପାଇଁକି ଭକ୍ତ କରେ ଦଇନୀ।
ମାଆଗୋ ପାଦରେ ମିନତି କରୁ ଏତିକି ଅଳି
ଧରା ହେଉ ମଧୁମୟ ମା ଦିଅ ଆଶିଷ ଢାଳି।