Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract Others

4.5  

Pranati Panda

Abstract Others

ଜୟ ମୃତ୍ୟୁ ମହାତୀର୍ଥ

ଜୟ ମୃତ୍ୟୁ ମହାତୀର୍ଥ

1 min
356



ଜୀବନ ଯେଉଁଠି ଅଲୋଡ଼ା ସମ୍ପର୍କେ

        ଆତ୍ମୀୟଙ୍କ ଆର୍ତ୍ତନାଦ ,

ମୃତ୍ୟୁ ତ ସେଇଠି ଅପେକ୍ଷାର ଅନ୍ତ

        ପ୍ରତିକ୍ଷିତ ପୂର୍ଣ୍ଣଛେଦ ।


ଜୀବନ ଯେଉଁଠି ହତାଶା, ନିରାଶା

       ବେଦନାର ଅନୁଚ୍ଛେଦ ,

ମୃତ୍ୟୁ ତ ସେଇଠି ନିମନ୍ତ୍ରଣ ବିନା

        କଷଣର ଚିର ଅନ୍ତ ।


ଜୀବନ ଯେଉଁଠି ପରିତ୍ୟକ୍ତ ଭଗ୍ନ

        ଛଳନାର ଶଦ୍ଦମାନ ,

ମୃତ୍ୟୁ ତ ସେଇଠି ଅସ୍ପଷ୍ଟ ଅକ୍ଷରେ

        ଚିରସ୍ଥାୟୀ ସମାଧାନ ।


ଜୀବନ ଯେଉଁଠି ସମ୍ମାନ ରହିତ

        ଭିନ୍ନ ସ୍ଵର ସବୁ ସ୍ବାର୍ଥ ,

ମରୁଭୂମି ମଧ୍ୟେ ମନ୍ଦାକିନୀ ଧାରା

      ଜୟ ମୃତ୍ୟୁ ମହାତୀର୍ଥ ।

     

      


Rate this content
Log in

Similar oriya poem from Abstract