Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anuja Behera

Classics

3  

Anuja Behera

Classics

ଜୟ ଜଗନ୍ନାଥ  ଭାଗ ..୪

ଜୟ ଜଗନ୍ନାଥ  ଭାଗ ..୪

1 min
141


ଜୟ ଜଗନ୍ନାଥ ଭାଗ ..୪


ଜଗଲକ୍ଷ୍ମୀ....


ଶ୍ରୀୟା ଚଣ୍ଡାଳୁଣୀ ଭକ୍ତି ଭାବେ ପୁଣି  ଲକ୍ଷ୍ମୀ ଙ୍କୁ ହୃଦେ ପୂଜିଲା

ଲିପି ପୁଛା ସାରି ଝୁଟି ଚିତା ଭରି  ଲକ୍ଷ୍ମୀ ସ୍ବାଗତେ ଚାହିଁଲା


ଶ୍ରୀୟାର ସନ୍ତୋଷ ଦେଖି ହେଲେ ତୋଷ  ତା ଗୃହେ ପାଦ ଥାପିଲେ

ଦୁନିଆ ଜାକର ମା ହୋଇ ପୁଣି  ଚଣ୍ଡାଳୁଣୀ ବସ ହେଲେ


କୋପେ ଥରହର ବଡ଼ ଦେଢସୁର  ଜଗାକୁ ବରଷି ଗଲେ

କୋପେ କୋପାନଳ ହୋଇ ଅସମ୍ଭାଳ  ଲକ୍ଷ୍ମୀ ଛଡ଼ା ଦୁହେଁ ହେଲେ


ତୋ ହୃଦୟ ମଣି ଲକ୍ଷ୍ମୀ ଠାକୁରାଣୀ  ମହତ ବୁଡ଼ାଇ ଦେଲ 

ତିନି ପୁର ଲୋକ ସ୍ବାମୀ ହୋଇ ପୁଣି  ଦରିଦ୍ରେ ନିନ୍ଦା ପାଇଲ


କରୁଣା ବାରିଧି ଆହେ କଳାନିଧି  ତୁମେ ତ ଜଗତ ସ୍ବାମୀ

ଅକାରଣେ କାହିଁ ଲକ୍ଷ୍ମୀ ଛଡ଼ା ହେଲ ଜାତି ଅଜାତିରେ ଭ୍ରମି


ପତ୍ନୀ କୁ ଦୁରେଇ ଭାଇ ଭଗ୍ନୀ ନେଇ  ଗୁଣ୍ଡିଚା ଭ୍ରମଣ କଲ

ଛ ଦିନ କହି ନ ଦିନ କଲ  ଲକ୍ଷ୍ମୀ କୁ ଯେ ଠକି ଦେଲ


ଲକ୍ଷ୍ମୀ ରାଗିଗଲା ରଥ ନ ଘୁଞ୍ଚିଲା  ଭାଙ୍ଗିଦେଲେ ନନ୍ଦିଘୋଷ

ଜାତି ଭେଦ ଅବା ନାରୀ ନିନ୍ଦା କଲେ  ଲକ୍ଷ୍ମୀ କରିବେ ତା ନାଶ ।


Rate this content
Log in

Similar oriya poem from Classics