ଜଳଛତ୍ର
ଜଳଛତ୍ର
ଖାଇବାକୁ ଗଣ୍ଡେ ନ ମିଳିଲେ ନାହିଁ
ପାଣି ଟିକେ ଦରକାର
ଜୀବନ ଆକୁଳେ ବିଦେଶୀ ବାଟୋଇ
ତୃଷା ମେଣ୍ଟାଇବ ତାର ।
ଏଥିରେ ନ ଥାଏ ପରିଚୟ କାହା
ସଭିଙ୍କ ର ଅଧିକାର
ଜଳଛତ୍ର ହେଲା ସମାଜ କଲ୍ୟାଣ
ତାହା ଅଟେ ସଭିଙ୍କର ।
ମୁନସି ପାଲଟି ଅବା ଗ୍ରାମାଞ୍ଚଳ
କରଇ ସୁବିଧା ତାର
ଖରା ଆରମ୍ଭ ହୋଇଗଲେ ଭାଇ
ସବୁଠି ହୁଏ ବେଭାର ।
ଝାର ଓ ଜଙ୍ଗଳ ଯେଉଁଠି ଦେଖିବ
ଅଛି ସୁବିଧା ଜଳର
ଖରା ର ଦାଉରୁ ରକ୍ଷା ପାଇବାକୁ
ସୁବିଧା ହୁଏ ଆମର ।
ମାଠିଆ ମାଠିଆ ଭର୍ତ୍ତି ଥାଏ ଜଳ
ତା ସହ ସୁରକ୍ଷା କର୍ମି
ସଭିଙ୍କୁ ଆଦରେ ଡାକି ଦିଏ ପାଣି
ନ ପିଇଲେ ଯିବ ସର୍ମି ।
>
କିଏବା କାହାକୁ ଖାଇବାକୁ ଦେବ
କେହି ତ ନୁହେଁ କାହାର
ଖରାରୁ ଆତୁରେ ଥିବା ଲୋକଟିର
ଚିହ୍ନା ନୁହେଁ ଦରକାର ।
ଜୀବନ ଆକୁଲେ ଆସୁଥିବା ଲୋକ
ଗଛ ଛାଇ ମୂଳେ ବସି
ଥଣ୍ଡା ଜଳଟିକେ ପାନ କରି ଦେଇ
ଆରାମ ରେ ଯାଏ ହସି ।
ଜଳ ହିଁ ଜୀବନ ପ୍ରାଣୀ ଜଗତରେ
ଖାଇବା ଟା ପଛ କଥା
ପେଟଭରି ତୃଷା ମେଣ୍ଟିଗଳେ ଭାଇ
ନ ହେବ କାହାକୁ ବ୍ଯଥା ।
ଆଶ୍ରୟ ନ ଦେଳେ ନଦେବା ପଛକେ
ପାଣି ମୁଦିଏ କୁ ଦେବା
ଚିହ୍ନା ବା ଅଚିହ୍ନା ପରିଚୟ ଟିକୁ
ପରେ ତାଠୁ ବୁଝି ନେବା ।
ଖାଇ ଖୁଆଇବା ସହଜ ନୁହଇ
କେହି ନୁହଁ କାହା ମିତ୍ର
ଏକତା ର ବଳ ଏହାହିଁ ମାଧ୍ଯମ
ଭରସା ହିଁ ଜଳଛତ୍ର ।