The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Maheswata Samal

Inspirational

4.0  

Maheswata Samal

Inspirational

ଜୀବନ

ଜୀବନ

1 min
15



ଜୀବନ ଗୋଟେ ଏମିତି ଶବ୍ଦଟିଏ

ଶୁଷ୍କ ପାହାଡ଼ ଶୀର୍ଷର 

ନିର୍ଝରିଣୀ ଧାରାଟିଏ

ସଂସାରର ଏହି ନିର୍ଜନ ବଣରେ 

ଘନ ଘନ ନାଦ ସିଏ।।

ଦୂର ପାହାଡ଼କୁ ନିର୍ଝରଣୀର ବାରିଧାରା

ଆହା କେଡେ ମନୋରମ,

ଜୀବନ ପଥରେ ଆଗକୁ ବଢ଼ିବା 

ନୁହେଁ ଜମା ସୁଗମ।।

ଜୀବନର ମାନେ କୋମଳିତ ପୁଷ୍ପଟିଏ

ଜଣା ନାହିଁ ତାକୁ ଲାଗିବସେ 

ଦେବତା ମସ୍ତକେ ,

କି ଅବା ଦାନବର ହସ୍ତେ।।

ଜୀବନ ଗୋଟେ ଏମିତି ଶବ୍ଦଟିଏ....।



Rate this content
Log in