Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharjya

Inspirational

3  

Sasmita Acharjya

Inspirational

ଜୀବନ ମାନେ କିଛି

ଜୀବନ ମାନେ କିଛି

1 min
646



ଜୀବନ ମାନେ କିଛି----

କିଛି ଫୁଲ ଫୁଟିଥାଏ ବଗିଚାରେ

କିଛି ଫୁଲ ଫୁଟିଥାଏ ଜୀବନର ଅଗଣାରେ

କିଛି ପଥ ଚାଲିଥାଏ ସୁନ୍ଦର ରାଇଜରେ

କିଛି ଆଶା ଚାଲିଥାଏ ସ୍ୱପ୍ନ ରଙ୍ଗ ବଜାରରେ

କିଛି ସଂମ୍ପର୍କ ର ପରିଭାଷାରେ

କିଛି ଭଲ ପାଇବାର ଗଭୀରତାରେ

କିଛି ଆବେଗ କିଛି ଇଚ୍ଛା

ବଞ୍ଚିଥାଏ ବିଶ୍ବାସରେ

ଜୀବନ ମାନେ କିଛି--------------

କିଛି ସୁଖ କିଛି ଦୁଃଖ

ଲାଗିଥାଏ ସଂସାରରେ

କିଛି ବନ୍ଧନ ଥାଏ ପୁଣି ଭାଙ୍ଗି ଯାଏରେ

କିଛି ନାହିଁ ଜୀବନରେ

ଆଜି ଅଛି କାଲି ନାହିଁ ସାତ ପରରେ

କିଛି କରେ ନାହିଁ ରାଗ ହିଂସା କ୍ରୋଧରେ

କିଛି ମ୍ୱହୁର୍ତ୍ତ ବଦଳୁଛି ପରୋକ୍ଷରେ

ଜୀବନ ମାନେ କିଛି--------------

କିଛି ସୁଖ ଦିଅ ଲୋକଙ୍କ ବାସ୍ତବରେ

କିଛି ପୂଣ୍ୟ କର ଲୋକଙ୍କ ସେବାରେ

କିଛି ଭରସା ରଖ ଭଗବାନଙ୍କ ପାଖରେ

କିଛି କଷ୍ଟକର ଜୀବନର ବଞ୍ଚିବାରେ

କିଛି ସ୍ନେହ ଭଲ ପାଇବା ଦିଅ ମନରେ

କିଛି ଭଲ ଗୁଣ ରେ ସମସ୍ତ ଙ୍କୁ କର ନିଜର

କିଛି ଅର୍ଥ ଦିଅ ଗରିବଙ୍କୁ ସାହାଯ୍ୟରେ

କିଛି ସାହାଯ୍ୟ କର ଅନାଥ ଅସହାୟରେ

କିଛି ଧର୍ମ ସଞ୍ଚୟ କର ଜଗତରେ

କିଛି ପୂର୍ଣ୍ଣ୍ଯ କର ମଣିଷ ଜୀବନରେ

ଜୀବନ ମାନେ କିଛି------------


Rate this content
Log in

Similar oriya poem from Inspirational