ଜୀବନ କବିତା
ଜୀବନ କବିତା
ଆନନ୍ଦ ସିନ୍ଧୁର ତରଙ୍ଗ ଶିଖରେ
ଉଙ୍କି ମାରେ ଯେତେ କଥା
ଅଙ୍କା ବଙ୍କା ଏଇ କଣ୍ଟକ ପଥେ
ଲେଖି ଯାଏ ପ୍ରୀତି ଗାଥା ।
ମୁମୁର୍ଷୁ ରାତ୍ରିର ପ୍ରଗାଢ ନିଦ୍ରାରୁ
ଜଗାଏ କି' ଜାଣି ଜାଣି
ସ୍ମୃତିର ଶବଦ ଫରୁଆକୁ ଖୋଲି
କେତେ କଥା ଦିଏ ବୁଣି ।
ଶୂନ୍ଯ ଶୃଙ୍ଗାରର ମିଳନ ବେଦିରେ
ଝଙ୍କାରେ ମିଳନ ଗୀତ
ନିସଙ୍ଗ ନିଥର ବିରହ ବେଳାରେ
ବାଛି ନିଏ ଚଲା ପଥ.... ।
