ଜୀବନ ଗୀତିକା
ଜୀବନ ଗୀତିକା
ଜୀବନ ଦୀପ ମୋ ଜଳୁଛି ସାଆନ୍ତେ
ସଂସାର ଚଉଁରା ମୂଳେ,
ଆୟୁଷ-ସଳିତା ଜଳି ଜଳି ଯାଏ
ଜଞ୍ଜାଳ ମାୟା ମୋହରେ,
କୃପା କର ବାରେ ଆହେ ଜଗନ୍ନାଥ
ନିସ୍ତରି ଯାଏମୁଁବାରେ ।
ଶୈଶବ କାଳେ ମୁଁ ଅଚେତ ଅଜ୍ଞାନ
ତୁମକୁ ନ ପାରି ଜାଣି,
ବାଲ୍ୟକାଳକୁ ମୁଁ ଚପଳେ କାଟିଲି
ନ କରି କିଛି ମାଗୁଣି,
ଯୁବା କାଳ ମୋର କଟିଛି ସାଆନ୍ତେ
ଯୁବତୀ ପ୍ରେମ ମାୟାରେ ।
ଲୋଭ ମୋହବଶେ ଯାଉଛି ମୁଁ ଭାସି
ଜୀବନର ସାୟାନ୍ନରେ,
ତୁମ କୃପା ବଳେ &nbs
p; ତରିବି ସଂସାରୁ
ତୁମ ନାମ ଆଶ୍ରାକରେ,
ଏତିକି ବୁଝିଛି କାଳିଆ ସାଆନ୍ତ
ଆଉ ନ ଭୁଲିବି ହେଳେ ।
ତୁମ ଦୟା ବଳେ ସବୁ ମୁଁ ପାଇଛି
ଏଇ ମୋର ଜୀବନରେ,
କେମିତି କହିବି ଦେଇ ନାହଁ କିଛି
ମୋତେ ତୁମେ ଏ ସଂସାରେ,
ମାନ ସନମାନ ହେଉ ଅବା ଧନ
ଉଣା ନାହିଁ ଜୀବନରେ ।
ଆହେ ଦୟାମୟ ତୁମେ କୃପାମୟ
ସବୁ ତ ତୁମରି ଖେଳ,
ତୁମକୁ ପାଶୋରି ଆଜି ମୁଁ ପ୍ରଭୁ ହେ
ହୋଇଅଛି ନିରିବଳ,
ଆଉ ଭୁଲିବିନି ତୁମକୁ ସାଆନ୍ତେ
ଗୁହାରି କରେ ପୟରେ ।