ଝରାଫୁଲ
ଝରାଫୁଲ
ସ୍ୱାଧୀନତା ନାମେ ସ୍ବେଛାଚାରିତାକୁ
ଆଇନ ସମ୍ମତି ଦେଲା
ଦି ଅକ୍ଷର ପାଠ ପଢି ଝିଅ ଆଜି
ସବୁ ସିମା ଡେଇଁ ଗଲା l
ଏକୋଇଶି ବର୍ଷ ହେଇଗଲା ପରେ
ନିଜ ଇଚ୍ଛା ଅନୁସାରେ
ଝିଅଟିଏ ଦିନ କଟାଇ ପାରିବ
ବହୁପୁରୁଷ ସାଥିରେ l
ଏମିତି ଆଇନ ଗଢ଼ିଵା ଆଗରୁ
ଥରଟିଏ ଭାବିଲକି
ନିଜର ଝିଅଟା ଏମିତି କରିଲେ
ସମ୍ମାନଟା ରହିବକି ?
କାହା ଖୁସି ପାଇଁ ଏମିତି ଆଇନ
ତିଆରିଲେ ସରକାର
ମନ ଖୋଲି କୁହ ଆଉ କେତେ"ପରୀ"
ପ୍ରିୟଙ୍କା ଯେ ଦରକାର l
ଉଚ୍ଚ ପଦବୀରେ ବସି
ଥିଲେ ଯେଉଁ
ଆମ ନାରୀ ନେତ୍ରୀ ଗଣ
ପରକୀୟା ପ୍ରୀତି ଆଇନ ବିରୁଦ୍ଧେ
କହିଥିଲେ କେତେ ଜଣ ?
ଜନ୍ମ କରିଦେଲେ ପିତା ମାତା ହେଇ
କାଟିବ ସୁଖରେ ଦିନ
ଏକଥା ଭାବିବା ଉଚିତ ନୁହଁଇ
ବେଳୁ ହେବା ସାବଧାନ l
କେଉଁଠିକି ଗଲେ ପୁଅ ଝିଅ ଆମ
କାହା ସାଥେ ମିଶୁଥିଲେ
ବାପା ମାଆ ମାନେ ଜାଣିଵା ନିହାତି
କେଉଁ କାମେ ଲିପ୍ତ ହେଲେ l
ଆଖି ଆଗେ କେତେ ଧର୍ଷଣ ମରଣ
ନିରୋଳାରେ ଭାବୁଥିବେ
ଏବେଠୁ ସଜାଗ ନହୋଇଲେ "କେତେ
ଝରାଫୁଲ ଝରିଯିବେ" l