ଶୋଇଯା ମାମା
ଶୋଇଯା ମାମା
ରାତି ବଢ଼ିଲାଣି ପାରୁନୁକି ଜାଣି
ଏବେ ତୁ ଶୋଇଯା ମାମା
ତୁ ଶୋଇଲା ପରେ ମୁଁ ପରା ଶୋଇବି
ଅଝଟ କରନା ଜମା l
ରାତି ପାହିଗଲେ ଉଠିବି ସଅଳ
ସାରିବି ବlସି ପାଇଟି
ଯଦି ନ ଶୋଇବୁ ଅଝଟ କରିବୁ
ଆଣିବି ତୋ ପାଇଁ ଲାଠି l
କଥା ତୁ ମାନିଲେ ସୁନା ଝିଅ ହେବୁ
ମନ ଜାଣି ଖୁଆଇବି
ବାପା ଆଣିଦେବେ କେତେ ଦରବ ଲୋ
ସବୁ ସାଇତି ରଖିବି l
କେତେ ଡାକିଲିଣି ନିଦ ମାଉସୀକୁ
ତୋ ଆଖିରେ କରି ଘର
ଶୁଆଇ ଦେବ ସେ ନିତି ନିତି ଆସି
ବୁଝି ଯିବ ମାମା ମୋର l
ପରୀ ରାଇଜର କାହାଣୀ କହିବି
ଯେବେ ତୁ ପଡ଼ିବୁ ଶୋଇ
ପାଚିଲା ପିଜୁଳି ଗଛରୁ ତୋଳିବି
ସୁନା ଝିଅ ମାମା ପାଇଁ l
ଧୀରେ ଧୀରେ ଆଖି ବୁଜି ଦବ ମାମା
ମନ ଦେଇ କଥା ଶୁଣି
ସଅଳ ସଅଳ ଶେଯରୁ ଉଠିବ
ହେବ ସୁନା ଝିଅ ପୁଣି l
