STORYMIRROR

Bharati Sahoo

Children

4  

Bharati Sahoo

Children

ଶୋଇଯା ମାମା

ଶୋଇଯା ମାମା

1 min
259


ରାତି ବଢ଼ିଲାଣି ପାରୁନୁକି ଜାଣି

  ଏବେ ତୁ ଶୋଇଯା ମାମା

ତୁ ଶୋଇଲା ପରେ ମୁଁ ପରା ଶୋଇବି

  ଅଝଟ କରନା ଜମା l


ରାତି ପାହିଗଲେ ଉଠିବି ସଅଳ

   ସାରିବି ବlସି ପାଇଟି

ଯଦି ନ ଶୋଇବୁ ଅଝଟ କରିବୁ

   ଆଣିବି ତୋ ପାଇଁ ଲାଠି l


କଥା ତୁ ମାନିଲେ ସୁନା ଝିଅ ହେବୁ

   ମନ ଜାଣି ଖୁଆଇବି

ବାପା ଆଣିଦେବେ କେତେ ଦରବ ଲୋ 

   ସବୁ ସାଇତି ରଖିବି l


କେତେ ଡାକିଲିଣି ନିଦ ମାଉସୀକୁ

   ତୋ ଆଖିରେ କରି ଘର

ଶୁଆଇ ଦେବ ସେ ନିତି ନିତି ଆସି

   ବୁଝି ଯିବ ମାମା ମୋର l


ପରୀ ରାଇଜର କାହାଣୀ କହିବି

   ଯେବେ ତୁ ପଡ଼ିବୁ ଶୋଇ

ପାଚିଲା ପିଜୁଳି ଗଛରୁ ତୋଳିବି

   ସୁନା ଝିଅ ମାମା ପାଇଁ l


ଧୀରେ ଧୀରେ ଆଖି ବୁଜି ଦବ ମାମା

   ମନ ଦେଇ କଥା ଶୁଣି

ସଅଳ ସଅଳ ଶେଯରୁ ଉଠିବ 

   ହେବ ସୁନା ଝିଅ ପୁଣି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children