STORYMIRROR

suprava pradhan

Fantasy Inspirational Others

3  

suprava pradhan

Fantasy Inspirational Others

ଜଗା

ଜଗା

1 min
168


ମଉଡମଣି ମୋ କଳାବାମନ,

ଦିନେ ନଦେଖିଲେ ତତେ ଝୁରେ ମୋ ମନ।

ମୟୂରଚୂଳିଆ ମୋ ଧନଶଙ୍ଖାଳି,

ତୋ ବିନା ଏ ଜୀବନ ଯାଏ ରେ ଜଳି।

ନୟନପିତୁଳା ମୋ ଗଳାର ହାର,

ତତେ ଛାଡ଼ି ସବୁ କରିଲି ପର।

ଇଚ୍ଛାବିହାରୀ ମୋ ମୂରଲୀଧର,

ଗଣ୍ଠିଧନ ତୁହି ଭକ୍ତଜନର।

ରତନ ବେଦୀରେ ବସିଛୁ ସାଇଁ,

ଏତେ ଅଭିମାନ କହ କିମ୍ପାଇଁ।

ପାଣି ବିନା ଯେହ୍ନେ ମୀନ ବ୍ୟାକୁଳ,

ତତେ ନ ପାଇ ମୁଁ ହେଲି ପାଗଳ।

ତୁ ସିନା ଜାଣିଛୁ ମୋ ମନ ବେଦନା,

କେମିତି ବୁଝୁନୁ କାଳିଆ ସୁନା?

ସୂର୍ଯ୍ୟ, ଚନ୍ଦ୍ର ସମ ତୋ ଦୁଇ ଆଖି,

ଆଖିରେ ମୋ ମନ ଯାଉଛି ଲାଖି।

ଯେତେଦିନ ଥିବି ଭବସାଗରେ,

ରହିଥିବ ମନ ତୋ ପଦ୍ମପାଦରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from suprava pradhan

ନାରୀ

ନାରୀ

1 min ପଢ଼ନ୍ତୁ

ଜଗା

ଜଗା

1 min ପଢ଼ନ୍ତୁ

Similar oriya poem from Fantasy