STORYMIRROR

suprava pradhan

Others

3  

suprava pradhan

Others

ନାରୀ

ନାରୀ

1 min
161

କେବେ ଜନନୀ, କେବେ ଜାୟା

କେବେ ସାଜେ ପୁଣି ଭଗିନୀ,

ପୁଣ୍ୟ ଅମୃତର ବାରିଧାରା ସେ

ହାସ୍ୟମୟୀ ସେ ଶକ୍ତି ପ୍ରଦାୟିନୀ।।


ପ୍ରତିଟି ଦୁଃଖକୁ ଛାତିରେ ଧରି

ହୁଏ ସିଏ ବସୁନ୍ଧରା,

ପରକୁ ଆପଣା କରିନିଏ ପୁଣି

ବୁଣିଦେଇ ସ୍ନେହ ଧାରା।।


ଦୁଇକୁଳ ହିତ ସାଜିବ ବୋଲି ସେ 

ନାମ ଅଟେ ତା ଦୁହିତା,

ଲାଞ୍ଛିତ, ବାଞ୍ଛିତ, ଚିର ଜର୍ଜରିତ

ନିତି ସମାଜ ରେ ନିଷ୍ପେସିତା।।


ସଳିତା ପରି ସେ ନିତି ଦିନ ଜଳେ

ଦେଖାଏ ଅନେକ ଦିଶା,

ଦିଗନ୍ତବିସ୍ତାରି ତା ପ୍ରେମର ଧାରା

ଦିଏ ବଞ୍ଚିବାର ନୂଆ ଆଶା।।


ଜୀବନସାଗରେ ବତୀଘର ସେ 

ମରୁଭୂମି ଜଳଧାରା,

ତା ପଣତ ତଳେ ଏ ଜଗତ ବନ୍ଧା

ସେ ସର୍ବଂସହା ବସୁନ୍ଧରା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from suprava pradhan

ନାରୀ

ନାରୀ

1 min ପଢ଼ନ୍ତୁ

ଜଗା

ଜଗା

1 min ପଢ଼ନ୍ତୁ