ଜାତୀୟ ପତାକାର ବନ୍ଦନା
ଜାତୀୟ ପତାକାର ବନ୍ଦନା
ଜଗତ ଯାକର ହୃଦ ଆମେ ଜିଣୁ
ତ୍ରୀରଂଗା ପତାକା ବଳେ
ମୈତ୍ରୀ ପ୍ରୀତିର ଭାବ ଖେଳିଯାଏ
ଏ ପତାକା ଛାୟା ତଳେ ।
ଭାରତ ମାତାର ମୁକ୍ତି ଗୀତିକା
ସୁମେରୁ କୁମେରୁ ଯାଏ
ମୁକ୍ତି ପ୍ରୀତିର ପ୍ରତୀକ ପତାକା
ଜୟ-ଜୟକାର ଗାଏ ।
ପ୍ରତି ପଂକ୍ତିରେ ଜାତି ଦୁଃଖ ବ୍ୟଥା
ପତାକା ହୃଦୟେ ବହେ
ଏ ଜାତି ଭାଗ୍ୟର ଚକ୍ର ଚରଖା
ଅଛି ପତାକାର ଦେହେ ।
ଏ ପତାକା କହେ ସେତେବେଳକାର
ନିର୍ଯ୍ୟାତିତ ଦେଶ କଥା
କର ନମସ୍କାର ଆଶା ଭରସାର
ଜାତୀୟ ପତାକା,ଭ୍ରାତା ।