ହୃଦୟେ ସାଇତି ଅଛି
ହୃଦୟେ ସାଇତି ଅଛି
ଏତେ କୋଳାହଳ ଭିତରେ କବିତା
କେଉଁ ଆଡେ ଗଲୁ ହଜି
ବିପ୍ଳବର ସ୍ୱର ତୋଳୁ ତୋଳୁ ମୁଁ
ତୋ ସାଥିରେ ଗଲି ମଜ୍ଜି
କିଚିରି ମିଚିରି ଶବ୍ଦ କୋଳାହଳ
ଶୁଭୁଥିଲା ରହି ରହି
ଶତାବ୍ଦୀ ଭବନ ପୁଣ୍ୟ ପୀଠରେ
ମଥା ମୋର ଗଲା ନଇଁ
କେତେ ଜ୍ଞାନୀ ଗୁଣୀ ବିଦ୍ୟାନ ମଣ୍ଡଳୀ
ବସିଥିଲେ ଆସନରେ
ଭାବ ଭାଷା ତାଙ୍କ କେତେ ଚମତ୍କାର
ଆଖିରୁ ବି ଲୁହ ଝରେ
କବିତାଲୋ ତୋତେ ଭଲ ମୁଁ ପାଇକି
କରିଛି ଏତେ ନିଜର
ହୃଦୟ ର ଭାଷା ପଢିବ କିଏସେ
ତୁ ହୋଇଗଲେ ପର
ଅର୍ଘ୍ୟ ଥାଳି ଧରି କାଳିଆ ପାଖରେ
ବନ୍ଦାପନା କାର୍ଯ୍ୟସାରି
ସ୍ମୃତି ହୋଇଗଲା ଯୁଗ ଯୁଗ ପାଇଁ
ଏ ଆମ ସମ୍ପର୍କ ଡୋରି
ସଭିଏ ତ ଗଲେ ସଭା ଶେଷ ହେଲ
କୈଳାସ ଭାଇଙ୍କୁ ମୋର
ଆଉ ଯେତେଛନ୍ତି ବଡଭାଇଙ୍କୁ ମୋ
କୋଟିଏ ପ୍ରଣାମ ମୋର
ଭୋକିଲା ପେଟରେ ଖୁସି ପୁରି ଥିଲା
ଜଣା ନପଡିଲା କିଛି
ସମ୍ପର୍କ ସାହିତ୍ୟ ଚିର ସ୍ମରଣୀୟ
ହୃଦୟେ ସାଇତି ଅଛି ।।