Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

HimanshuRanjan Das

Romance

3  

HimanshuRanjan Das

Romance

ହୃଦୟ ବିହୀନ

ହୃଦୟ ବିହୀନ

1 min
205



ଏ ଛାତର ଛାତିରେ ଆଜି

ମୁଁ ନୁହେଁ ଏକା… 

ମୋ ସାଥିରେ ଆକାଶର 

ମେଘ ଆଉ ତାରା-ଚିତ୍ରଲେଖା ।


ଉନ୍ନତ ହୁଏତ ନୁହେଁ

ମୋର ଶବ୍ଦ ସଂଯୋଜନା…

ଅବର୍ଣ୍ଣନୀୟ କିନ୍ତୁ

ତାରାଙ୍କର ଏ ସଂରଚନା ।


ଭ୍ରାମ୍ୟମାଣ ବଉଦର 

ଖୁସି ଆଜି ଏତେ କି ବେଶି.. !

କେବେ ଦୂରେ ଭାସିଯାଏ

ଅଚାନକ ଝରିଯାଏ..

କହିଯାଏ କେତେ କଥା ହସି ।


ତମର ଖବର ନେଇ..

ଆସେ ସିଏ ଧାଇଁ ଧାଇଁ…

ମୋ ପାଖରେ ପହଞ୍ଚିଲା ପରେ..

ପୀରତି ବାରତା ଦିଏ…

ବଦମାସ୍… ! 

ତାରାଙ୍କୁ ଆଖି ଠାର ମାରେ ।


ତମେ ବୋଧେ ଖୋଜୁଅଛ

ମତେ ଆକାଶରେ…

ଖୋଜ ଥରୁଟିଏ 

ତମ ହୃଦୟ ଭିତରେ ..

ପାଇଯିବ ଭେଟ ମୋର

ଅତି ସହଜରେ ।


ମୁଁ ନୁହେଁ ଦୂରଦେଶୀ

ଆକାଶର ଜହ୍ନ…

ମୋ ଠିକଣା ତୁମର ସେ

ଅଭିମାନୀ ମନ ।


ମତେ ଯଦି ତୁମେ ତୁମ

ଭିତରେ ପାଉନ…

ବୋଧହୁଏ ତୁମେ ଖୁବ୍ 

ହୃଦୟ ବିହୀନ ।



Rate this content
Log in

More oriya poem from HimanshuRanjan Das

Similar oriya poem from Romance