STORYMIRROR

Alekha Meher

Inspirational

3  

Alekha Meher

Inspirational

ହେ ଅଭିନନ୍ଦନ

ହେ ଅଭିନନ୍ଦନ

1 min
392


ଅଭିନନ୍ଦନ ହେ ଅଭିନନ୍ଦନ,

ଗରବରେ ଆଜି ଭାରତୀୟ ମାନେ

କରୁଛନ୍ତି ତୁମ ଯଶ ଗାନ।

ବନ୍ଦୀ ହୋଇ ମଧ୍ୟ ଶତୃ ଗୃହରେ

ଦେଖାଇଲ ଯେଉଁ ପରାକ୍ରମ,

ଚତୁର୍ଦ୍ଦିଗେ ଥାଇ ନୃଶଂସର ଦଳ

ଗାଇଲ ମାତାଙ୍କ ଜୟଗାନ।

ଗୁପ୍ତ ନଥିପତ୍ର ଯାହାଥିଲା ହାତେ

ପାଇଲାନି ଶତୃ ତା' ସନ୍ଧାନ,

ଟିକି ଟିକି ଚିରି ପାଣିରେ ପଶିଲ

କରିବାକୁ ତାରେ ବିସର୍ଜନ।

ତୁମ ପ୍ରଶଂସାରେ ଶଥମୂଖ ଆଜି

ଛାଗଳଙ୍କ ଦଳ ଶଇତାନ,

ପତ୍ରିକା ସାଥୀରେ ବାହାଦୁରି ଦିଏ

ଧୋକାବାଜ ସେଇ ପାକିସ୍ଥାନ।

ଭାରତ ମାତାଙ୍କ ଯୋଗ୍ୟ ଦାୟାଦହେ

ଗାଇବ ଏ ଦେଶ ବୀରତାର ତୁମ ଜୟଗାନ।

ଅଭିନନ୍ଦନ ହେ ଅଭିନନ୍ଦନ

ଅଭିନନ୍ଦନ ହେ ଅଭିନନ୍ଦନ।


ଅଲେଖ ମେହେର

ଯାଯାବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational