Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Meher

Others

2  

Alekha Meher

Others

ରାବଣ

ରାବଣ

1 min
232


ଶ୍ରୀରାମଙ୍କ ଅସ୍ତ୍ର ମୁନରେ

ପୁରାଣ ଦେଇଛି ହାଣି

ଚଉଦିଗେ ଆଜି ଦେଖେ ତୁମ

ଭୀମ ଭୈରବ ଚାହାଣୀ ।

ଅଯୋଧ୍ୟାରେ ଆଜି ରାମ ବିତାଡିତ

ବଇରୀ ସାଜେ ଭରତ

କପି ସେନା ମରେ ଟେକା ପଥରରେ

ଦେଖୁଛି ସାରା ଜଗତ ।

କାଶ୍ୟପ ଋଷିଙ୍କ ଧରଣୀରେ ନିତି

ପ୍ଳାବିତ ହୁଅଇ ରକ୍ତ

ପ୍ରାଣ ବିକଳରେ ପଳାୟନ କରେ

ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ।

ବାଘର ପିଠିରେ ମୃଗ କରେ ନୃତ୍ୟ

ବଜାଇ ଡିଣ୍ଡିମ ବାଜା

ମୁକସାକ୍ଷୀ ସମ ଦେଖୁଛି ଜନତା

ଦେଖାଇ ଅକର୍ମା ରାଜା ।

ଅର୍ଥ,ବାହୁବଳେ ଥରାଇ ମେଦିନୀ

ଧରାଇ ତୋପ କମାଣ ।

ପଞ୍ଚବଟୀ ହେଲା ଭାରତ ଭୁବନ

ନିସ୍ତବ୍ଧ ନିର୍ଜନ ବନ

ପୁଅର ଲହୁରେ ତର୍ପଣ କରେ

ମାଆ ନୀତି ପ୍ରତି ଦିନ ।

ଅମର ତୁମେ ଏ ମର୍ତ୍ତ୍ୟ ଭୁବନେ

ନାହିଁ ନାହିଁ ମୃତ୍ୟୁ ତବ

ଦୁଃଖେ ମରେ ସୀତା ପାଇ ତବ

ଚରଣ କମଳେ ଠାବ ।

କାଳଜୟୀ ତମେ ଚିର ଅମର

ସସାଗରା ମହୀ ତଳେ

ଆଗାମୀ ଦିନର ଭବିଷ୍ୟତ ସବୁ

ଦୀପ ଜାଳେ ପାଦ ତଳେ ।


ଅଲେଖ ମେହେର

ଯାଯାବର ,ବରଗଡ


Rate this content
Log in