ଗୁରୁ ପୂର୍ଣ୍ଣିମା
ଗୁରୁ ପୂର୍ଣ୍ଣିମା
ନର ଦେହେ ଦେଖ ନାରାୟଣ ବିଜେ
ସେହି ଆମ ଗୁରୁଦେବ
ଗୁରୁଙ୍କୁ ନ ଚିହ୍ନି ଅବହେଳା କଲୁ
ତେଣୁ ପାଉ ପରାଭବ l
ଗୁରୁ ପିତା ମାତା ଗୁରୁ ଗୁରୁଜନ
ଗୁରୁ ଆମରି ଶିକ୍ଷକ
ତାଙ୍କରି ଆଶିଷେ ବଞ୍ଚିଛୁ ବଢ଼ିଛୁ
ଜୀବନ ପଥେ ଆଲୋକ l
ସନାତନ ହିନ୍ଦୁ ପରମ୍ପରା ଏହି
ଆବହମାନୁ ଚାଲିଛି
ଗୁରୁ ପାଦତଳେ ମଥା ପାତେ ଶିଷ୍ୟ
ଗାରିମା ପଦବୀ ମୁର୍ଚ୍ଛିl
ଏକଲବ୍ୟ ତାର ଜ୍ୱଳନ୍ତ ପ୍ରମାଣ
ଉପମନ୍ୟୁ ଆଦି କେତେ
ଦିନ ଯାଇଅଛି ସ୍ମୃତି ରହି ଅଛି
ଗୁରୁ ଲାଗି ତ୍ୟାଗ ଯେତେ l
ଆଜି ମଧ୍ୟ ବହୁ ପୁତ୍ର କନ୍ୟା ଶିଷ୍ୟ
&
nbsp; ବନ୍ଦନ୍ତି ଗୁରୁ ଚରଣ
ଧନ୍ୟ ସେ ସଂସ୍କାର ପିତା ମାତା ତାର
ଗୁରୁଦେବ ତାଂକ ଧନ୍ୟ l
ବୃକ୍ଷ ଯେଉଁ ପରି ସେହି ପରି ଫଳ
ଫଳିବ ଏହା ପ୍ରମାଣ
ସେହିପରି ମନ ଉଣାକର ନାହିଁ
ବିଧିର ଯାହା ବିଧାନ l
ବହୁ ପୁତ୍ର କନ୍ୟା ପଚାରୁ ନାହାଁନ୍ତି
ପିତା ମାତା ଓ ଗୁରୁଙ୍କୁ
ଭାବି ନିଅ ଏହା ତାଙ୍କ ଦୋଷ ନୁହେଁ
ଦଇବ ଦଣ୍ଡ ତୁମକୁ l
ଗୁରୁ ପୂର୍ଣ୍ଣିମା ର ପବିତ୍ର ଲଗ୍ନରେ
ବ୍ୟାସଦେବଙ୍କୁ ପ୍ରଣାମ
ଆମ ଧର୍ମ ଧାରା ଆମରି ସଂସ୍କୃତି
ରହିଥାଉ ଅମଳିନ l