Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sarat Chandra Panda

Inspirational

4.0  

Sarat Chandra Panda

Inspirational

ଗୁରୁ ଦିବସ

ଗୁରୁ ଦିବସ

1 min
213


ସେପ୍ଟେମ୍ବର ପାଞ୍ଚ ତାରିଖରେ ଥରେ 

               ଆସଇ ଗୁରୁ ଦିବସ 

ଆନ୍ଦ୍ର ପ୍ରଦେଶରେ ଶ୍ରୀ ରାଧାକ୍ରିଷ୍ଣନ 

             ଜନମି ଥିଲେ ଅବଶ୍ୟ |


ପଲ୍ଲୀ ଗ୍ରାମେ ଜନ୍ମି ଗରିବ ବାଳକ 

              ପ୍ରଚଣ୍ଡ ଜ୍ଞାନ ବଳରେ 

ଶାସ୍ତ୍ର ଯୁକ୍ତି ବଳେ ବିମୋହିତ କଲେ 

             ପ୍ରାଚ୍ୟ ପ୍ରାଶ୍ଚାତ୍ୟ ନରେ |


ମାନ୍ଦ୍ରାଜର ବିଶ୍ଵବିଦ୍ୟାଳୟ ମଧ୍ୟେ 

              ଦର୍ଶନ ଶିକ୍ଷକ ହୋଇ 

ଶ୍ରେଷ୍ଠ ଗୁରୁ ଭାବେ ସୁନାମ ରଚିଲେ 

              ଅନେକ ସମ୍ମାନ ପାଇ |


ଉପରାଷ୍ଟ୍ରପତି ପୁଣି ରାଷ୍ଟ୍ରପତି 

              ଋଷ ରାଷ୍ଟ୍ରଦୂତ ଭାବେ 

ଭଲ କାର୍ଯ୍ୟ କରି ରଖିଗଲେ ଯଶ 

             ସୁଖ୍ୟାତି ରଚିଲେ ଭବେ |


ମହାନ ବ୍ୟକ୍ତିଙ୍କ ଜନ୍ମ ଦିବସକୁ 

                ଗୁରୁ ଦିବସଟି କହି 

ପୂଜ୍ୟ ପୂଜା ଅଟେ ଆମର ସଂସ୍କୃତି 

              ଦେଶର ଗୌରବ ଏହି |


ବାପା ମାଆ ଗୁରୁ ଆମ ହିତାକାଂକ୍ଷୀ 

             ସମ୍ମାନ ତାହାଙ୍କୁ ଦେବା 

ଆଶୀର୍ବାଦ ତାଙ୍କ ମଥାପରେ ରଖି 

              ଜୀବନ ଧନ୍ୟ କରିବା l


Rate this content
Log in

More oriya poem from Sarat Chandra Panda

Similar oriya poem from Inspirational