STORYMIRROR

MONALI RAUT

Inspirational Others

3  

MONALI RAUT

Inspirational Others

ଗର୍ବ

ଗର୍ବ

1 min
13.7K


ବେଙ୍ଗ କହେ ବେଙ୍ଗୁଲୀ ଲୋ

ପୃଥିବୀ କ୍ଷଣ କ୍ଷଣକେ ଆନ,

ମଣିଷ ଜୀବନ ପାଣି ଫୋଟକା

ଏକଥା ସଭିଏଁ ଜାଣ।

ପିମ୍ପୁଡି ଭାବଇ ରୁଖାରେ ରହି

ଏ ଦୁନିଆ ସବୁଠୁ ବଡ଼,

ମଣିଷ ଭାଵଇ ପରମାଣୁ ଧରି

ସୃଷ୍ଟି କରିବ ଡରର ଝଡ଼।

ଭାଙ୍ଗି ରୁଜି ସବୁ ନଷ୍ଟ କରିବ

ନ ଦେଖାଇ ଦୟା ମାୟା,

ଜୀବନ କାହାକୁ ଦେଇ ନ ଜାଣଇ

ନଷ୍ଟ କରିବାରେ ବାୟା।

ଖଣ୍ଡିଏ ବାୟୁରେ ବଞ୍ଚିଛି ସେହି

ସେଇ ବାୟୁ ଗଲେ ସରି,

ଗର୍ଵ ହେବ ଖର୍ଵ ତାହାର

କ୍ଷଣକେ ଯିବ ସରି।

ଭାଙ୍ଗି, ଭଙ୍ଗାଇବା, ଯୋଡିବା, କରିବା

ମୁଣ୍ଡ ଅଛି ଏକା ତୁମରି,

କିଏ ସେ ସେରନ୍ତା ପାରନ୍ତା ପୁରୁଷ

ତୁମେ ଏକା ଚକ୍ରଧାରୀ।

ଠାକୁରେ କୁହନ୍ତି ମଣିଷକୁ ଚାହିଁ

କାହିଁ କରୁ ଏତେ ଗର୍ଵ,

ଦିନେଟା ମରିବୁ, ମାଟିରେ ମିଶିବୁ

ଯିବୁ ଛାଡ଼ି ଏଠି ସର୍ବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from MONALI RAUT

ଗର୍ବ

ଗର୍ବ

1 min ପଢ଼ନ୍ତୁ

Similar oriya poem from Inspirational