STORYMIRROR

SAMEER KUMAR KALAS

Romance

2  

SAMEER KUMAR KALAS

Romance

ଗୋଟେ ପେଗ - ପ୍ରେମ

ଗୋଟେ ପେଗ - ପ୍ରେମ

1 min
383

ସୀମାହୀନ ସଞ୍ଜେ,ଅମାନିଆ ନିଆଁ ଖୋଜେ ନିଷିଦ୍ଧ ଇଲାକା ,

ଜୋତ୍ସ୍ନା ଭିଜେ ବୟସ ବାସ୍ନାରେ ,

ଅଲଜ୍ଜାପଣର ମଜା

ମହୁ ଭିଜା ଏ ମଦିରା ଧୀରେ ଧୀରେ ଧୂମାୟିତ କରେ ।


ଗୋଟେ ପେଗ ...... ସାମ୍ନା ରେ ଶ୍ରାବଣ

ଝୁମେ ନିଝୁମ ରାତିର ସାଥି .....

ପଶି ଆସେ ମୋ ଛାତିରେ କିଏ ??

ଋତୁଗର୍ଭା.....

ଦପ କରି ଜଳେ ମନ ନିଆଁ

ଶୋଷି ନେଇ ହଜିଥିବା ହଜାର ରାତିର ତାତି ।


ସେ ଶୁଙ୍ଘେ .... ମୋ ପେଗରେ .....ପ୍ରେମ ଗନ୍ଧ

ସେ ବିବସନା ବାହୁ ରେ ବି ମୋ ବହଳ ଅନ୍ଧାର

ମୁ ଭରୁଥାଏ ପିଞ୍ଜରା ରେ ପୁଞ୍ଜାଏ ନିଶ୍ଵାସ

ତାର ଅଧାମୁଦା ଆଖି

ପିଆଲାରେ ଓଠ ର ଅକ୍ଷର ।


ରାତି ମରେ .....ରତି ସରେ ....

ଋତୁଗର୍ଭା ଲୁଚେ

ମୁଁ ସାଉଁଟେ ଅସଜଡା ସ୍ଵପ୍ନ ସବୁ ଆଉଥରେ

ଗୋଟେ ପେଗ ପାଇଁ ...... ଆଗାମୀ ସନ୍ଧ୍ୟାରେ ....


ପିଆଲା ର ବନ୍ଦୀ ମୁଁ

ଛନ୍ଦି ହୁଏ ଛାତି ଛୁଆଁ କାହାର ତାତିରେ ?

ଜହ୍ନ କୁ ମାଗୁଛି ଚୁମା ...

ମଧୁଝରା, ମଧୁଶାଳା ଉଷୁମ ରାତିରେ ।



Rate this content
Log in

Similar oriya poem from Romance