STORYMIRROR

SAMEER KUMAR KALAS

Others

4  

SAMEER KUMAR KALAS

Others

ଚାଲ....... ଚାବି ଖୋଜିବା

ଚାଲ....... ଚାବି ଖୋଜିବା

1 min
276

ଚାବି ହଜିଛି .......

ନିଦମାନେ ନିଖୋଜ । ଗୁମସୁମ ଝରକା .....

ସେପଟେ ତାରା ଭର୍ତି ଆକାଶ ।

ମଉଳା ମନ .........ଶୁଭୁ ନଥିବା ଗୋଟେ ଶାୟରୀ....

ଧୀରେ ଧୀରେ ଜାଳୁଛି ନିସଙ୍ଗତାର ନିଆଁ ।


ଚାବି ହଜିଛି ............

କେମିତି ???

ମାଲୁଣୀ ଠୁ ତ ଗଜରା ତୋ ଗଭାରେ ଖୋସିଛି ...

କୋଳରେ ମଥା ରଖି ମଥାନରେ ଜହ୍ନ ଦେଖିଛି .....

ଚୁପି ଚୁପି ପଛ ଆଡୁ ତୋ ଆଖି ବି ବନ୍ଦ କରିଛି ...... ପୁଣି କେମିତି ....... ?


ହେଇପାରେ ...

ଚାଲୁଥିବା ସମ୍ପର୍କମାନଙ୍କର ତ ଚାବି ହଜିଥାଏ ...

ନା ନିଥର ସ୍ଥାଣୁ ପାଲଟି ଥିବା ମନର ....

ନା... ମରିଥିବା ଋତୁମାନଙ୍କର ...... ।


ଏ ଶୁଣ ନା .......

ଆଉ ପଚାରି ଲାଭ ନାହିଁ କାନ୍ଦୁରା କବିକୁ ....

କି କାହାଣୀ କହି ମାଲୁଣୀକୁ ..... ହଜିଥିବା ଚାବିର ।


ଚାଲ ଖୋଜିବା .....

ତୁ ମାଟି ... ମୁଁ ଆକାଶ ......ହେଇ.....

ଛାତିରୁ ତାତି....

ମୁଁ ରୁ ମୁଲକ....

ହୃଦୟରୁ ହ୍ରଦ ..........



ଦେଖିବୁ .....

ଚାବିଟା ହଜିବା ପୂର୍ବରୁ

ଉଗେଇ ସାରିଥିବ .......

ତୋ ବତୁରା ମନରେ ..........

ମୋ ଆକାଶୀ ଛାତିକୁ ଅନେଇ .... ।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍